www.samajalive.in
Sunday, December 7, 2025
18.1 C
Bhubaneswar

ଯାତ୍ରା ପୂର୍ବରୁ କରନ୍ତୁ ଏହି ଉପାୟ, ଯାତ୍ରା ହେବ ଉତ୍ତମ

ଖରା ଛୁଟି ଆରମ୍ଭ ହୋଇଗଲାଣି । ଛୁଟିରେ ବୁଲି ଯିବାକୁ ସମସ୍ତେ ପସନ୍ଦ କରନ୍ତି । ଗ୍ରୀଷ୍ମ ଛୁଟିରେ ହିଲ ଷ୍ଟେଶନ ବୁଲି ଯିବାର ମଜା ନିଆରା । ପରିବାର ଓ ସାଙ୍ଗ ସାଥୀ ସହ ବୁଲିବା ପାଇଁ କିଛି ଲୋକ ଏବେଠାରୁ ଯୋଜନା ଆରମ୍ଭ କରି ସାରିଲେଣି । କିନ୍ତୁ ଯାତ୍ରା ସମୟରେ କିଛି ଲୋକଙ୍କର ବାନ୍ତି ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଏ । ଏହା ଦ୍ବାରା ଯାତ୍ରାର ମଜା ପୁରା ଫିକା ହୋଇ ଯାଏ । ତେବେ ଆସନ୍ତୁ ଜାଣିବା ଯାତ୍ରା ପୂର୍ବରୁ କେଉଁ ଖାଦ୍ୟ ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଜୀରା : ଯାତ୍ରାରେ ବାହାରିବା ପୂର୍ବରୁ ଏକ ଚାମଚ ଭଜା ଜୀରା ପାଉଡର ପାଣିରେ ମିଶାଇ ପିଅନ୍ତୁ । ଏହା ଦ୍ବାରା ଯାତ୍ରା ସମୟରେ ବାନ୍ତି ସମସ୍ୟା ଦୂର ହୋଇଥାଏ । ଯାତ୍ରା ସମୟରେ ମଧ୍ୟ ଏହାକୁ ଆପଣ ନେଇ ପାରିବେ ।

- Advertisement -

ଗୋଲମରିଚ : ଯାତ୍ରା କରିବା ପୂର୍ବରୁ ଏକ ଗ୍ଲାସ ନଖ ଉଷୁମ ପାଣିରେ ଲେମ୍ବୁ ରସ ଓ ଗୋଲମରିଚ ପାଉଡର ମିଶାଇ ପିଅନ୍ତୁ । ଯାତ୍ରା ସମୟରେ ଥକ୍କାପଣକୁ ଦୂର ହୋଇଥାଏ ।

ଲେମ୍ବୁ ପାଣି : ଗ୍ରୀଷ୍ମ ଋତୁରେ ସବୁଠାରୁ ଉତ୍ତମ ହେଉଛି ଲେମ୍ବୁ ପାଣି । ଯାତ୍ରାରୁ ବାହାରିବା ସମୟ​‌ ‌ଲେମ୍ବୁ ପାଣି ପିଇ ବାହାରନ୍ତୁ । ଏହା ଦ୍ବାରା ବାନ୍ତି ସମସ୍ୟା ଦୂର ହୋଇଥାଏ । ଯାତ୍ରା ସମୟରେ ଥରେ ବା ଦୁଇ ଥର ଲେମ୍ବୁ ପାଣି ପିଇ ପାରିବେ ।

ପାନମହୁରୀ : ଖାଦ୍ୟ ହଜମପ୍ରକ୍ରିୟା ପାଇଁ ପାନମହୁରୀ ସବୁଠାରୁ ଉତ୍ତମ । ଏହାକୁ ଆପଣ ଯାତ୍ରା କରିବା ପୂର୍ବରୁ ଖାଇ ପାରିବେ । ଏହା ଦ୍ବାରା ଖାଦ୍ୟ ହଜମ ହେବା ସହ ବାନ୍ତି ହୋଇନଥାଏ ।

ଅଦା ଚା’ : ଯାତ୍ରା ସମୟରେ ଶାରୀରିକ ଶକ୍ତି ବା ଉର୍ଜ ବଜାୟ ରଖିବା ପାଇଁ ଚା’ ଅତ୍ୟନ୍ତ ଉପଯୋଗୀ । ତେଣୁ ଯାତ୍ରା ସମୟରେ ଅଦା ଚା’ ପିଅନ୍ତୁ । ଏହା ଦ୍ବାରା ବାନ୍ତି ହୋଇନଥାଏ ।

ପୁଦିନା : ଯାତ୍ରା ସମୟରେ ଯଦି ଆପଣଙ୍କୁ ବାନ୍ତି ଲାଗୁଛି ତେବେ ଆପଣ ପୁଦିନ ପତ୍ର ଖାଇପାରିବେ ।

ଯଦି ଏହି ଉପାୟ କରିବା ପରେ ମଧ୍ୟ ଯାତ୍ରା ସମୟରେ ଆପଣଙ୍କୁ ବାନ୍ତି ଲାଗୁଛି ତେବେ ପାଟିରେ ଲବଙ୍ଗ ରଖିବା ଉତ୍ତମ ହେବ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories