www.samajalive.in
Monday, December 8, 2025
14.1 C
Bhubaneswar

ଟେଷ୍ଟ କ୍ରିକେଟରେ ଫ୍ରି ହିଟ୍‌ ସାମିଲ ପାଇଁ ଏମସିସିର ସୁପାରିଶ

ଲଣ୍ଡନ: ଟେଷ୍ଟ କ୍ରିକେଟ ମ୍ୟାଚକୁ ଅଧିକ ଆକର୍ଷଣୀୟ କରିବା ଲାଗି କେତେକ ପ୍ରସ୍ତାବ ଦେଇଛି ଏମସିସି(ମେରିଲବୋନ କ୍ରିକେଟ କ୍ଲବ) ବିଶ୍ବ କ୍ରିକେଟ ସିମିତି। ଟେଷ୍ଟ ମ୍ୟାଚରେ ଫ୍ରି ହିଟ୍‌ ସମେତ ଶର୍ଟ କ୍ଲକ(ସମୟ ନଷ୍ଟ ରୋକିବା) ସାମିଲ କରିବାକୁ ଏମସିସି ପକ୍ଷରୁ ସୁପାରିସ କରାଯାଇଛି। ଗତ ସପ୍ତାହରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକ ଗେଟିଂଙ୍କ ଅଧ୍ୟକ୍ଷତାରେ ସମିତିର ଏକ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା। ଟେଷ୍ଟ କ୍ରିକେଟରେ କେତେକ ପରିବର୍ତ୍ତନ ଆଣିବା ଲାଗି ଏଥିରେ ଆଲୋଚନା ହୋଇଥିଲା। ବୈଠକରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଉପସ୍ଥିତ ଥିଲେ। ଏସବୁ ପ୍ରସ୍ତାବକୁ ଏମସିସି ନିଜ ୱେବସାଇଟରେ ଦର୍ଶାଇଛି।

୫ଦିନ ଧରି ଖେଳାଯାଉଥିବା ଏହି କ୍ରିକେଟ ଫର୍ମାଟରେ ଧିମା ଓଭର ଗତି ଯୋଗୁ ଦର୍ଶକମାନେ ଖେଳ ଦେଖିବାକୁ ପସନ୍ଦ କରୁନାହାନ୍ତି। ତେଣୁ ଶର୍ଟ କ୍ଲକ ବ୍ୟବସ୍ଥା ଆରମ୍ଭ କରିବା ଜରୁରୀ ହୋଇପଡ଼ିଛି ବୋଲି ଏମସିସି କହିଛନ୍ତି। ଯେତେବେଳେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ପ୍ରଶଂସକମାନଙ୍କୁ ଟେଷ୍ଟ କ୍ରିକେଟରେ ଦର୍ଶକଙ୍କ ସଂଖ୍ୟା କମ୍‌ ହେବାର କାରଣ ବିଷୟରେ ପଚରାଗଲା ସେତେବେଳେ ୨୫ ପ୍ରତିଶତ ପ୍ରଶଂସକ ଧିମା ଓଭର ଗତିକୁ ଦାୟୀ କରିଥିଲେ।

- Advertisement -

ପ୍ରଶଂସକଙ୍କ କହିବା ଅସୁନାରେ, ଏସବୁ ଦେଶରେ ସ୍ପିନରମାନେ ବହୁତ କମ୍‌ ଓଭର ବୋଲିଂ କରନ୍ତି। ଗୋଟିଏ ଦିନରେ କେତେବେଳେ ସମ୍ପୂର୍ଣ୍ଣ ୯୦ ଓଭର ବୋଲିଂ କରାଯାଇପାରି ନ ଥାଏ। ଏପରି କି ଅତିରିକ୍ତ ୩୦ ମିନିଟ ସମୟ ନିଆଯାଇଥାଏ। ଏମସିସି କହିଛି ଯେ, ଡିଆରଏସ ବି ବିଳମ୍ବର ଅନ୍ୟ ଏକ କାରଣ। ଖେଳର ଗତି ବଢ଼ାଇବା ଲାଗି କିଛି ପଦକ୍ଷେପ ନିଆଯିବା ଉଚିତ ବୋଲି ଏମସିସି ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories