www.samajalive.in
Sunday, December 7, 2025
26.1 C
Bhubaneswar

ଫିରୋଜ ଶାହ କୋଟଲାରେ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଆଜି ଦିଲ୍ଲୀର ଫିରୋଜଶାହ କୋଟଲା ପଡ଼ିଆରେ ଖେଳାଯିବ। ଲଗାତର ୨ଟି ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ଅନ୍ୟପଟେ ଭାରତ ଏବଂ ଅଷ୍ଟ୍ରେଲିଆ ୨ଟି ଲେଖାଏ ମ୍ୟାଚ ଜିତିଥିବାରୁ ଅନ୍ତିମ ମ୍ୟାଚ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଯେଉଁ ଦଳ ଶେଷ ମ୍ୟାଚ ଜିତିବ ସେ ସିରିଜ ହାତେଇବ।

ଏହାମଧ୍ୟରେ କୋଟଲା  ଗ୍ରାଉଣ୍ଡରେ ପୂର୍ବରୁ ଖେଳାଯାଇଥିବା ୧୦ଟି ମ୍ୟାଚରେ ଭାରତ ୬ଥର ବିଜୟୀ ହୋଇଛି। ୨ଟି ମ୍ୟାଚ ହାରିଥିବାବେଳେ ଗୋଟିଏ ଡ୍ର ରହିଛି ଏବଂ ଆଉ ଗୋଟିଏ ମ୍ୟାଚ ରଦ୍ଦ ହୋଇଛି। ଏହି ସଂଖ୍ୟାକୁ ତୁଳନା କଲେ କୋଟଲାରେ ଭାରତର ସ୍ଥିତି ଭଲ ରହିଛି। ତେଣୁ ଦଳ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ମାତ୍ର କ୍ରିକେଟ ଖେଳରେ ଅନିଶ୍ଚିତତା ରହିଛି। କିଏ ଜିତିବ, କିଏ ହାରିବ ତାହା ପୂର୍ବାନୁମାନ କରିବା ମୁସ୍କିଲ।

- Advertisement -

ତେବେ କୋଟଲାରେ ଭାରତ ଏବଂ ଅଷ୍ଟ୍ରେଲିଆର ସ୍ଥିତିକୁ ଦେଖିଲେ ଭାରତର ପଲା ଭାରି ରହିଛି। ଉଭୟ ଟିମ୍‌ ମଧ୍ୟରେ ଏଠାରେ ୪ଟି ମ୍ୟାଚ୍‌ ଖେଳାଯାଇଛି। ସେଥିରୁ ୩ଟି ମ୍ୟାଚରେ ଭାରତ ଜିତିଛି। ଅଷ୍ଟ୍ରେଲିଆ ଗୋଟିଏ ଥର ବିଜୟୀ ହେବାରେ ସକ୍ଷମ ହୋଇଛି। ୧୯୮୬ରେ ଏଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଇଥିଲା। ଏଥିରେ ଭାରତ ୩ ଉଇକେଟରେ ବିଜୟୀ ହୋଇଥିଲା। ଏହା ପରେ ୧୯୮୭ରେ ଖେଳାଯାଇଥିବା ୨ୟ ମ୍ୟାଚରେ ଭାରତ ୫୬ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ମାତ୍ର ୧୯୯୮ରେ ଖେଳାଯାଇଥିବା ୩ୟ ମ୍ୟାଚରେ ଅଷ୍ଟ୍ରେଲିଆ ୪ ଉଇକେଟରେ ଭାରତକୁ ହରାଇଥିଲା। ଉଭୟ ଦେଶ ମଧ୍ୟରେ ଶେଷଥର ୨୦୦୯ରେ ଏଠାରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତ ବିଜୟ ହାସଲ କରିଥିଲା।

ଶେଷ ମ୍ୟାଚ ହାରିଥିଲା ଭାରତ

ଭାରତ ଶେଷ ଥର ପାଇଁ ୨୦୧୬ରେ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିଥିଲା। ଏଥିରେ ଭାରତ ୬ ରନରେ ହାରିଥିଲା। ଏହା ପୂର୍ବରୁ ଭାରତୀୟ ଟିମ୍‌ ଏଠାରେ ଲଗାତାର ୪ଟି ମ୍ୟାଚରେ ବିଜୟୀ ହୋଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories