www.samajalive.in
Monday, December 8, 2025
14.1 C
Bhubaneswar

ସ୍ବାଧୀନ ଭାରତର ପ୍ରଥମ ମତଦାତା; ଜାଣନ୍ତୁ କିଏ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭାରତର ସ୍ବାଧୀନତା ପରେ ଯେତେବେଳେ ନିର୍ବାଚନ ହେଲା ସେତେବେଳେ ଜଣେ କେହି ପ୍ରଥମେ ମତଦାନ କରିଥିବେ। ସେହି ବ୍ୟକ୍ତି ଜଣକ କିଏ, ତାହାକୁ ନେଇ ଅନେକଙ୍କ ମନରେ କେବେ କେବେ ପ୍ରଶ୍ନ ଉଠୁଥିବ। ତେବେ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଶ୍ୟାମ ସରଣ ନେଗୀ। ତାଙ୍କ ଘର ହିମାଚଳ ପ୍ରଦେଶର କଳ୍ପ ଅଞ୍ଚଳରେ। ୧୯୧୭ ଜୁଲାଇ ୧ରେ ତାଙ୍କର ଜନ୍ମ।

ଅମର ଉଜାଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଭାରତ ସ୍ବାଧୀନ ହେବା ପରେ ୧୯୫୨ରେ ପ୍ରଥମେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେଉଥିବାରୁ ଏହା ପୂର୍ବରୁ ଅର୍ଥାତ ୧୯୫୧ ଅକ୍ଟୋବର ୨୩ରେ ଜନଜାତି କ୍ଷେତ୍ର କିନୌରରେ ସ୍ବତନ୍ତ୍ର ଭାବେ ମତଦାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ୟାମ ପ୍ରଥମ ବ୍ୟକ୍ତିଭାବେ ମତଦାନ କରି ନିଜ ନାଁକୁ ଇତିହାସରେ ଲେଖିଥିଲେ।

- Advertisement -

ବର୍ତ୍ତମାନ ଶ୍ୟାମ ୧୦୨ ବର୍ଷରେ ପଦାର୍ପଣ କଲେଣି। ଆଖିକୁ ଭଲ ଦିଶୁନାହିଁ। ତଥାପି ସେ ଅନ୍ୟ କାହାର ସହାୟତା ବିନା ଚଲାବୁଲା କରିପାରୁଛନ୍ତି। ଆଗାମୀ ମେ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେ ମତଦାନ ଦେବାକୁ ଆଶା ରଖିଛନ୍ତି। ମେ ୧୯ରେ କଳ୍ପ ଅଞ୍ଚଳର ବୁଥ ନମ୍ବର ୫୧ରେ ପହଞ୍ଚି ସେ ମତଦାନ କରିବେ। ତେବେ ନିର୍ବାଚନ ସମୟରେ ଭଲ ନେତାଙ୍କୁ ବାଛି ଭୋଟ ଦେବାକୁ ଶ୍ୟାମ ଯୁବପିଢ଼ିଙ୍କୁ ଆହ୍ବାନ କରିଛନ୍ତି।

୨୦୧୦ ଜୁନ ୧୩ରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ନବୀନ ବି. ଚାୱଲା ଦିଲ୍ଲୀରୁ କଳ୍ପ ଯାଇ ଶ୍ୟାମଙ୍କୁ ଭେଟିଥିଲେ। ସେ ଦେଶର ପ୍ରଥମ ମତଦାତା ହୋଇଥିବାରୁ ତାଙ୍କୁ ପୁଷ୍ପକୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories