www.samajalive.in
Wednesday, December 10, 2025
17.1 C
Bhubaneswar

ଆଖଣ୍ଡଳମଣି ପୀଠର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଆରଡି : ରାଜ୍ୟର ବହୁ ପୁରାତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍କିମରେ  ୮.୧୭କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏପରିକି ତୁରନ୍ତ ପୀଠର ମାଷ୍ଟରପ୍ଲାନ କାର୍ଯ୍ୟକାରୀ ପାଇଁ ମଧ୍ୟ ଜିଲାପ୍ରଶାସନକୁ ପରାମର୍ଶ ଦିଆଯାଇଛି। ସେଥିପାଇଁ ଗତ ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚାନ୍ଦବାଲି ବିଧାୟକ ତଥା ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ବ୍ୟୋମକେଶ ରାୟ, ଜିଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ମିଶ୍ର, ଚାନ୍ଦବାଲି ତହସିଲି୍‍ଦାର ସତ୍ୟଜିତ ରାଉତ, ଆରଡି ରାଜସ୍ୱ ନିରିକ୍ଷକ ଦେବାଷିଶ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଜିଲା ଲୋକସର୍ମ୍ପକ ବିଭାଗର ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଆର ଏଣ୍ଡ.ବିର ନିର୍ବାହୀଯନ୍ତ୍ରୀଙ୍କ ସହ ଜଳପରିମଳ ବିଭାଗ ଏସଡିଓ, ଯାଜପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଜିଲାପାଳ ଶ୍ରୀ ଦାସ ସ୍ଥାନୀୟ ବିଧାୟକ ଶ୍ରୀ ରାୟଙ୍କ ଉଦ୍ୟମକ୍ରମେ ଆଖଣ୍ଡଳମଣିଙ୍କ ପୀଠର ବିକାଶ ପାଇଁ ରାଜ୍ୟ ରାଜକୋଷରୁ ପ୍ରଥମ ଥର ପାଇଁ ପ୍ରାୟ ୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ଜିଲାବାସୀ ଓ ମନ୍ଦିର ସେବାୟତଙ୍କ ପକ୍ଷରୁ ସାଧୁବାଦ ଜଣାଇଥିଲେ। ପରେ କାର୍ଯ୍ୟକାରୀ ହେବାକୁ ଥିବା ପୂର୍ବ ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିର ଗର୍ଭ ଗୃହର ମରାମତି, ମନ୍ଦିର ପାଦୁକ ପାଣି ନିଷ୍କାସନ ନିମନ୍ତେ ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା, ମନ୍ଦିର ପରିସରରେ ଶ୍ରାବଣୀ ମଣ୍ଡପ ନିର୍ମାଣ, ମନ୍ଦିର ବେଢାରେ ପଥର ପ୍ୟାକିଂ, ମନ୍ଦିର ମଧ୍ୟରୁ ଭୋଗ ଦୋକନା ସ୍ଥାନାନ୍ତର, ଭକ୍ତଙ୍କ ନିମନ୍ତେ ଉପାସନା ୨ମହଲା ବିଶିଷ୍ଟ ପକ୍କା ଗୃହ ନିର୍ମାଣ, ପୁଷ୍କରିଣୀ ମଧ୍ୟରେ ଚନ୍ଦନ ମନ୍ଦିର ନିର୍ମାଣ, ଚତୁଃପାର୍ଶ୍ବରେ ପାବଛର ଉନ୍ନତିକରଣ ସହ ଆଲୋକିକରଣ ଆଦି କରାଯିବା ପାଇଁ ସ୍ଥିର କରାଯାଇଥିଲା।

ଏଥିପାଇଁ ଆସନ୍ତା ସୋମବାର ଉପଜିଲାପଳଙ୍କ ନେତୃତ୍ୱରେ ଏକ ଟିମ୍ ପୀଠରେ କ୍ଷେତ୍ର ପରିଦର୍ଶନ କରିବେ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ପରିଦର୍ଶନରେ ଚାନ୍ଦବାଲି ତହସିଲିଦାରଙ୍କ ସହ ଆର ଏଣ୍ଡ ବିର ନିର୍ବାହୀଯନ୍ତ୍ରୀ, ଡ୍ରେନେଜ ବିଭାଗ, ଜଳସେଚନ ବିଭାଗ, ଜିଲା ଜଳପରିମଳ ବିଭାଗର ଅଧିକାରୀମାନଙ୍କ ସହ ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବେ ବୋଲି ସ୍ଥିର କରାଯାଇଥିଲା। ସେହିପରି ପର୍ଯ୍ୟଟନ ବିଭାଗ ପକ୍ଷରୁ ପୀଠରେ ଥିବା ପାନ୍ଥନିବାସ ଗିତ କିଛି ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ପଡିବା ସହିତ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଯାଇଥିବାରୁ ତାର ପୁନରୁଉଦ୍ଧାର ପାଇଁ ୨.୧୭କୋଟି ଟଙ୍କା ବ୍ୟୟ ବରାଦ କରାଯିବା ସହିତ ୧୦ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ରାୟ ପ୍ରକାଶ କରିଥିଲେ। ଏଥିସହ ୨ୟ ପ୍ରର୍ଯ୍ୟାୟରେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୬କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଠାରୁ ଶିବଗଙ୍ଗା ପୂଷ୍କରିଣୀ ପର୍ଯ୍ୟନ୍ତ ଶିବମାହାରା ନାଳର ଉଭୟ ପାର୍ଶ୍ବରେ ପଥର ପ୍ୟାକିଂ ଓ ସଫେଇ, ଡ୍ରେନେଜ ବିଭାଗ ପକ୍ଷରୁ ପୀଠରେ ସ୍ଥାୟୀ ଡ୍ରେନେଜ ନିର୍ମାଣ ସହ ପୁଷ୍କରିଣୀର ସୈାନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ କରାଯିବ ବୋଲି ବିଧାୟକ ଶ୍ରୀ ରାୟ ପ୍ରକାଶ କରିଥିଲେ। ବିଶେଷକରି ପୀଠର ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ ଓଭରହେଡ ଟ୍ୟାଙ୍କ ନିର୍ମାଣ ସହିତ ବିଭିନ୍ନ ସ୍ଥାନରେ ପାଣି ପଏଣ୍ଟ ନିର୍ମାଣ, ପୀଠରେ ପରିମଳ ସୁଧାର ଆଣିବା ପାଇଁ ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା, ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସ୍ଥାୟୀ ପାଦଚଲା ରାସ୍ତା ନିମାର୍ଣ ଆଦି ବାବଦରେ ମନ୍ଦିର ସେବାୟତ ବିଜୟ କୁମାର ଦାଶ ଜିଲାପାଳଙ୍କ ସହ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ସେହିପରି କାର୍ଯ୍ୟ ଯେପରି ଭଲଭାବେ କରାଯିବ ସେଥିପାଇଁ ଏକ କମିଟ ଗଠନ କରିବା ପାଇଁ ସେବାୟତ ପ୍ରତିନିଧି ଆଶିଷ ପାଢୀ ଜଣାଇଥିଲେ। ପରିଶେଷରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ଶ୍ରୀ ସାମଲ ଧନ୍ୟବାଦ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories