www.samajalive.in
Tuesday, December 9, 2025
26.1 C
Bhubaneswar

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୧୧ ତାରିଖରେ ଓଡିଆକୁ ଛାଡି ଅନ୍ୟ ସମସ୍ତ ମାତୃଭାଷା ୨୩କୁ ଘୁଞ୍ଚିଛି। ସେହିପରି ସମସ୍ତ ବିଭାଗରେ ମାର୍ଚ୍ଚ ୨୧ ତାରିଖ ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସୂଚନା ମୂତାବକ ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିବ। ଚଳିତବର୍ଷ ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି।

- Advertisement -

ମୋଟ୍ ୧୩୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ଡିସେମ୍ବର ୧୫ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ସମସ୍ତ ୨୧୦ଟି ହବ୍ ଏଆଇ କ୍ୟାମେରା ସର୍ଭେଲାନ୍ସରେ ରହିବ। ଜାନୁଆରୀ ୨ ତାରିଖରୁ ୧୫ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ। ପ୍ରଥମଥର ପ୍ରାକ୍ଟିକାଲ ପରୀକ୍ଷାରେ ଓ୍ବେବ୍‌ କାଷ୍ଟ , ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହେବ। ୪୦ ଦିନରେ ଫଳାଫଳ ପ୍ରକାଶ ପାଇବ। କପି ରୋକିବାକୁ ଏଆଇ ସହାୟତା ନିଆଯିବ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories