ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍ ଫାଇଟ୍ । ମ୍ୟାଚ ସୁରୁଖୁରରେ ପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଓସିଏ । ଖେଳାଳିଙ୍କ ସୁରକ୍ଷା ଓ ଶୃଙ୍ଖଳିତ ମ୍ୟାଚ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ । ଖେଳ ପାଇଁ ୫୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୧୫୦ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଆଜିର ମ୍ୟାଚ ପାଇଁ ୫୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୫୦ଜଣ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଖେଳାଳିମାନେ କିଭଳି ସୁରକ୍ଷିତ ଭାବେ ଭୁବନେଶ୍ୱରରୁ କଟକ ଷ୍ଟାଡିୟମରେ ପହଞ୍ଚିବେ ସେନେଇ କମିଶନରେଟ ପୁଲିସ ପ୍ରସ୍ତୁତି କରିଛି । ଷ୍ଟାଡିୟମ ପରିସରରେ ୩୦୦ରୁ ଅଧିକ କ୍ୟାମେରା ଲାଗିଛି । ଦର୍ଶକମାନେ ବାହାରୁ କୌଣସି ପ୍ରକାର ଖାଦ୍ୟ, ସାମଗ୍ରୀ, ପାଣି ବୋତଲ ନେଇ ଯାଇପାରିବେ ନାହିଁ ।
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍ ଖେଳାଯିବ । ବାରବାଟୀରେ ଆଜିର ମ୍ୟାଚ ଜିତି ସିରିଜରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚରେ ଷ୍ଟାରବୋଲର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହି ଗ୍ରାଉଣ୍ଡରେ ଉଭୟ ୧୦୦ ଟ୍ୱେଣ୍ଟି୨୦ ୱିକେଟ ହାସଲ କରିପାରନ୍ତି ।



