www.samajalive.in
Wednesday, December 10, 2025
15.1 C
Bhubaneswar

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି ସନ୍ଦିଗ୍ଧ ବାଂଲାଦେଶୀଙ୍କ ନାମ। ସେମାନେ ନିଜର ନାମ ଓ ସାଙ୍ଗିଆ ବଦଳାଇ ଦେଉଛନ୍ତି। ନାମକୁ ବଦଳାଇ ବଙ୍ଗୀୟ ନାମ ସହ ତାଳ ଖାଉଥିବା ନାମ ରଖୁଛନ୍ତି। ଏହାସହ ନିଜର ସାଙ୍ଗିଆ (ଟାଇଟେଲ)କୁ ବଦଳାଇ ମଣ୍ଡଳ ଓ ମାଇତି ରଖୁଛନ୍ତି। ଫଳରେ ସହଜରେ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରି ହେଉନାହିଁ। ଏହାସହ ଭୋଟର ତାଲିକାରେ ସେମାନଙ୍କ ନାମ ଚଢ଼ି ଯାଉଥିବାରୁ ସେମାନେ ନିଜକୁ ଭାରତୀୟ ନାଗରିକ ଭାବେ ପରିଚୟ ଦେଇ ଏଠାରେ ରହୁଛନ୍ତି। ମହାକାଳପଡ଼ା ଓ ରାଜନଗର ବ୍ଲକରେ ଏମାନଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ସେମାନେ ଭୋଟ ଦେଉଥିବାରୁ ସେମାନେ ଯେ ଅଣଭାରତୀୟ ତାହା ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଫଳରେ ରାଜନଗରରେ ସେମାନଙ୍କ ସଂଖ୍ୟା ୩୦ ହଜାରରୁ ଊର୍ଦ୍ଧ୍ବ ରହିଥିବାବେଳେ ମହାକାଳପଡ଼ାରେ ୨୦ ହଜାରରୁ ଅଧିକ ଟପିଲେଣି।
ଅନୁସନ୍ଧାନରୁ ଜଣାପଡ଼ିଛି, ଏମାନେ ପ୍ରଥମେ ଡଙ୍ଗା, ଟ୍ରଲର ସାହାଯ୍ୟରେ ବାଂଲାଦେଶରୁ ଆସୁଛନ୍ତି। ମହାକାଳପଡ଼ା ଓ ରାଜନଗର ବ୍ଲକର ବିଭିନ୍ନ ଗ୍ରାମରେ ବସବାସ କରୁଥିବା ବଙ୍ଗ ସମ୍ପ୍ରଦାୟର ଲୋକଙ୍କ ଘରେ ରହୁଛନ୍ତି। ଏଠାରେ ରହୁଥିବା ବଙ୍ଗୀୟ ଲୋକମାନେ ସେମାନଙ୍କୁ ଆଶ୍ରୟ ଦେଉଛନ୍ତି। ଏଠାରେ ରହି ସେମାନେ ବିଭିନ୍ନ କାମ ଧନ୍ଦା କରୁଛନ୍ତି। ପରେ ଏମାନେ ନିଜର ନାମ ଓ ସାଙ୍ଗିଆ ବଦଳାଇ ଦେଉଛନ୍ତି। ଭୋଟର ତାଲିକାରେ ନିଜର ନାମ ମଣ୍ଡଳ ଓ ମାଇତି ରଖୁଛନ୍ତି। ବୁଥ ଲେବୁଲ ଅଫିସର (ବିଏଲଓ)ଙ୍କୁ ହାତଗୁଞ୍ଜା ମିଳୁଥିବାରୁ ସେମାନେ ଠିକ୍‌ଭାବେ ଯାଞ୍ଚ କରୁନାହାନ୍ତି। ସ୍ଥାନୀୟ ପୁଲିସ ମଧ୍ୟ ଏମାନଙ୍କୁ ପରୋକ୍ଷରେ ସାହାଯ୍ୟ କରି ଆସୁଛନ୍ତି। ଅନ୍ୟପଟେ ରାଜନଗର ଓ ମହାକାଳପଡ଼ା ବ୍ଲକରେ ବାଂଲାଦେଶୀମାନଙ୍କୁ ଥଇଥାନ କରିବା ପାଇଁ ସର୍ଦ୍ଦାରମାନେ ଅଛନ୍ତି। ଜଗତସିଂହପୁର ଜିଲାରେ ଯେପରି ସିକନ୍ଦର ବାଂଲାଦେଶୀମାନଙ୍କୁ ଥଇଥାନ କରୁଥିଲା; ଠିକ ସେହିପରି କେନ୍ଦ୍ରାପଡ଼ା ଜିଲାର ରାଜନଗର ଓ ମହାକାଳପଡ଼ାରେ କେତେକ ସର୍ଦ୍ଦାର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଫଳରେ ସନ୍ଦିଗ୍ଧ ବାଂଲାଦେଶୀମାନେ ଏଠାରେ ସମସ୍ତ ପ୍ରକାରର ସୁବିଧା ହାତଉଛନ୍ତି। ସେମାନଙ୍କ ଥଇଥାନ ନେଇ କୌଣସି ସମସ୍ୟା ଉପୁଜିଲେ ସର୍ଦ୍ଦାରମାନେ ପୁଲିସ ଓ ପ୍ରଶାସନକୁ ହାତକରି ସବୁକାର୍ଯ୍ୟ ସୁରୁଖୁରୁରେ କରାଇ ନେଉଛନ୍ତି। ଯାହାଦ୍ବାରା ବିନା ଦ୍ୱିଧାରେ ସେମାନେ ଭାରତୀୟ ନାଗରିକ ଭାବେ କେନ୍ଦ୍ରାପଡ଼ା ଜିଲାରେ ବସବାସ କରୁଛନ୍ତି ବୋଲି ମହାକାଳପଡ଼ା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟ ଅଭିଯୋଗ କରିଛନ୍ତି। ପ୍ରଶାସନିକ ସ୍ତରରେ ଏ ନେଇ କଡ଼ାକଡ଼ି ଯାଞ୍ଚ କରାଗଲେ କେନ୍ଦ୍ରାପଡ଼ାରେ ହଜାର ହଜାର ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଚିହ୍ନଟ କରିହେବ। ଜଗତସିଂହପୁର ଭଳି କେନ୍ଦ୍ରାପଡ଼ାରେ ପୁଲିସ ଓ ପ୍ରଶାସନ ସକ୍ରିୟ ହୋଇ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।
ଅପରପକ୍ଷରେ ଏ ସଂକ୍ରାନ୍ତରେ ଉପଜିଲାପାଳ ଅରୁଣ କୁମାର ନାୟକଙ୍କୁ ପଚାରିବାରୁ, ସନ୍ଦିଗ୍ଧ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଅଦ୍ୟାବଧି କିଛି ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି; ମାତ୍ର ସେମାନଙ୍କ ସଂଖ୍ୟା ଏବେ ପ୍ରକାଶ କରିହେବ ନାହିଁ। ତେବେ ବୁଥ ଲେବୁଲ ଅଫିସରମାନେ ଏମାନଙ୍କୁ ସହଯୋଗ କରୁଥିବା ନେଇ ପ୍ରମାଣ ମିଳିନାହିଁ। ପ୍ରମାଣ ମିଳିଲେ ଅଧିକାରୀମାନଙ୍କ ବିରୋଧରେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories