www.samajalive.in
Wednesday, December 10, 2025
15.1 C
Bhubaneswar

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ୨୦୨୩ରେ ନାଇଟ୍‌ କ୍ଲବ ଖୋଲିବା ପାଇଁ ଅନୁମତି ପ୍ରଦାନ ଏବଂ ଔପଚାରିକତା ପୁରଣ କରିବାରେ ଭୂମିକା ଗ୍ରହ କରିଥିବା ସମସ୍ତ ତିନି ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ପଞ୍ଚାୟତ ନିର୍ଦ୍ଦେଶକ ସିଦ୍ଧି ତୁଷାର ହରଲଙ୍କର, ଗୋଆ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ସଦସ୍ୟ ସଚିବ ଡକ୍ଟର ଶମିଳା ମୋଣ୍ଟେଇରୋ ଏବଂ ଗ୍ରାମ ପଞ୍ଚାୟତ ଅର୍ପୋରା-ନାଗୋଆର ପୂର୍ବତନ ସଚିବ ରଘୁବୀର ବାଗକର ରହିଛନ୍ତି ।

- Advertisement -

ପାଣାଜୀ ଠାରୁ ୨୫କି.ମି ଦୂର ଅର୍ପୋରା ଗ୍ରାମରେ ଥିବା ‘ଦ ବ୍ରିଚ୍‌ ବାଇ ରୋମିଓ ଲେନ୍‌’ ନାମକ ନାଇଟ୍‌ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୫ଜଣଙ୍କ ଜୀବନ ଯାଇଥିବା ବେଳେ ୬ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ୨୦ଜଣ ନାଇଟ୍‌ କ୍ଲବର ମାଲିକଙ୍କ ନାଁରେ ମାମଲା ରୁଜୁ କରିଥିବାବେଳେ ୪ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories