www.samajalive.in
Wednesday, December 10, 2025
15.1 C
Bhubaneswar

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ମ୍ୟାଚ ଲାଗି ଟ୍ବିନ ସିଟିରେ ସୁରକ୍ଷା ଦାୟିତ୍ଵରେ ୫୧ ପ୍ଲାଟୁନ ପୁଲିସ ଫୋର୍ସ ରହିବେ ବୋଲି ନିଷ୍ପତ୍ତି ହୋଇଛି। ରବିବାର ଏ ନେଇ ପୁଲିସ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ପୁଲିସ କମିଶନର ଏବଂ କଟକ ଡିସିପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।

ସେହିପରି ମ୍ୟାଚ ସମୟରେ ଯାନବାହନ ପାର୍କିଂ ପାଇଁ ୬ଟି ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି। ଭିଆଇପିମାନଙ୍କ ଲାଗି ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ସେହିପରି ସାଧାରଣ ଦର୍ଶକମାନେ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ। ଓସିଏ ସଦସ୍ୟ ଏବଂ ବିଶିଷ୍ଟ ବ୍ୟକ୍ତିମାନେ କ୍ରିକେଟ ଏକାଡେମୀ ପଡ଼ିଆରେ ପାର୍କିଂ କରିବେ। ଟେଲିଭିଜନ ଚ୍ୟାନେଲ କର୍ମଚାରୀ ଏବଂ ପାସଧାରୀମାନେ ଅଶ୍ଵଦ୍ବାର ସମ୍ମୁଖରେ ଗାଡ଼ ପାର୍କ କରିବେ। ଓସିଏ କ୍ଲବରେ ଭିଆଇପି ଓ ପାସଧାରୀଙ୍କ ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ଜାଭିୟର ସ୍କୁଲରେ ଭିଆଇପି/ପାସଧାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories