www.samajalive.in
Sunday, December 7, 2025
16.1 C
Bhubaneswar

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷା ବାତିଲ ହେବା ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଈପ୍ସିତା ସାହୁ କହିଛନ୍ତି, ରାଜ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା କରାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବିଜେପି କ୍ଷମତାସୀନ ହେବାର ୧୮ ମାସରେ ୧୮ରୁ ଅଧିକ ପରୀକ୍ଷା ବାତିଲ ହୋଇଛି। ଏହା ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତାକୁ ପଦାରେ ପକାଉଛି।
ଶ୍ରୀମତୀ ସାହୁ କହିଲେ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରାଜ୍ୟ ବିଜେପି ସରକାର ଏକ ନୂତନ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟ ସରକାରଙ୍କ ଏହି ୧୮ମାସ କେବଳ ପ୍ରଚାର ସର୍ବସ୍ବ ହୋଇଛି। ରାଜ୍ୟର ଯୁବବର୍ଗ ଚାକିରିଟିଏ ହାସଲ କରିବା ଲକ୍ଷ୍ୟରେ ଅକ୍ଳାନ୍ତ ପରିଶ୍ରମ କରି ହଲ୍‌ରେ ପହଞ୍ଚିଲା ବେଳକୁ ପରୀକ୍ଷା ବାତିଲ ହୋଇଯାଉଛି। ପରୀକ୍ଷା ବିଭ୍ରାଟକୁ ରୋକିବା ପାଇଁ ସରକାର ଗୋଟିଏ ଆଇନ ଆଣିଥିଲେ। ଏହି ଆଇନ କେଉଁଠି ଅଛି, ତା’ର ସ୍ଥିତି କ’ଣ କେହି ଜାଣି ନାହାନ୍ତି। ରାଜ୍ୟର ଯୁବବର୍ଗ ଏ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ଦେବେ। ବିଜେପିର ବରିଷ୍ଠ ନେତାମାନେ ଓଡ଼ିଶାକୁ ୟୁପି ମଡେଲ କରିବାକୁ ଚାହୁଁଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଓଡ଼ିଶା ଏବେ ବିହାରକୁ ଟପିବାକୁ ବସିଲାଣି। ବିଜେପି ଓଡ଼ିଶାକୁ ଏକନମ୍ବର ରାଜ୍ୟ କରିବ ବୋଲି କହିଥିଲା। ବିଜେପି ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରଶ୍ନପତ୍ର ପ୍ରଘଟ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ନମ୍ବର ସ୍ଥାନ ହାସଲ କରିବ। ରାଜ୍ୟର ଯୁବବର୍ଗଙ୍କ ସ୍ବର ହେବା ସହ ଯୁବ ଓ ଛାତ୍ର ବିଜେଡି ଖୁବ୍‌ଶୀଘ୍ର ଏ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories