www.samajalive.in
Tuesday, December 9, 2025
26.1 C
Bhubaneswar

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ

ଚନ୍ଦ୍ରଶେଖରପୁର, : ଇନ୍ଫୋସିଟି ଥାନା ଗଲ୍ଫ କ୍ଲବରେ କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକ ହେଲେ ଚନ୍ଦକା ଥାନା ଦାରୁଠେଙ୍ଗ ଗ୍ରାମର ୩୩ ବର୍ଷୀୟ ଚିତରଞ୍ଜନ ସାହୁ ।
ସୂଚନା ମୁତାବକ ମୃତ ଚିତରଞ୍ଜନ ଦିର୍ଘ ପ୍ରାୟ ୧୫ବର୍ଷ ହେଲା ଇନ୍ଫୋସିଟି ପରିସରସ୍ଥିତ ଗଲ୍ଫ କ୍ଲବରେ ସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ । ସବୁଦିନ ଭଳି ଶନିବାର କାମ କରିବା ସମୟରେ ସକାଳ ପ୍ରାୟ ୧୧ଟା ଦେହ ଅସୁସ୍ଥ ଲାଗିବା ହେତୁ ସାଥୀ ସହଯୋଗୀମାନେ ସ୍ଥାନୀୟ ନିକଟସ୍ଥ ହସ୍ପିଟାଲ ନନେଇ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ପ୍ରଘଟ ହୋଇ ନିଜ ଗ୍ରାମରେ ପହଞ୍ଚିଥିଲା । ଖବର ପାଇ ଗ୍ରାମର ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀଙ୍କ ସମେତ ପ୍ରାୟ ଶତାଧିକ ଲୋକ ଗଲ୍ଫ କ୍ଲବ ସମ୍ମୁଖରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ କ୍ଷତି ପୁରଣ ଦାବି କରି ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ପ୍ରତିବାଦ କରିବା ସହ ଧାରଣା ଦେଇ ବସିଥିଲେ । କ୍ଲବ ସମ୍ପାଦକ ତପନ କୁମାର ମହାନ୍ତି ବହୁ ବୁଝାସୁଝା କରିବା ସତ୍ବେ କୌଣସି ଫଳପ୍ରଦ ମିଳିନଥିଲା । ଯାହାକି ଜୋନ ଏସିପିଙ୍କ ସମେତ ଇନ୍ଫୋସିଟି, ନନ୍ଦନକାନନ, ଚନ୍ଦ୍ରଶେଖରପୁର ଏବଂ ଚନ୍ଦକା ଥାନା ଅଧିକାରୀ ଏବଂ ପୁଲିସ ଦଳବଳ ଘଟଣାସ୍ଥଳରେ ପହଂଚିଥିଲେ । ପରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି କ୍ଲବର ସମ୍ପାଦକ ଏବଂ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ହେଲେ କ୍ଷତି ପୂରଣ ୧୦ ଲକ୍ଷ ଟଙ୍କା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଗ୍ରାମବାସୀ ଦାବି କରିଥିଲା ବେଳେ କ୍ଲବ ପକ୍ଷରୁ ୫ ଲକ୍ଷ ଟଙ୍କା ସହ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି କ୍ଲବର ସମ୍ପାଦକ ଶ୍ରୀ ମହାନ୍ତି କହିଥିଲେ । କିନ୍ତୁ ଏଥିରେ ଗ୍ରାମବାସୀ ରାଜି ନହେବାରୁ ପୁଲିସ ଉପସ୍ଥିତିରେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ଦେବା ସହ ପରେ ଆଉ ୪ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦିଆଯିବ । ପରେ କ୍ଲବର ୮ଶହ ସଦସ୍ୟଙ୍କୁ ଜଣାଇ ପ୍ରତ୍ୟେକଙ୍କ ଠାରୁ କିଛି କିଛି ଟଙ୍କା ଆଦାୟ କରି ଦିଆଯିବ ବୋଲି ବିଧାୟକ ଶ୍ରୀ ରାଉତଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ପାଇବା ପରେ ଫାଟକ ସମ୍ମୁଖରୁ ଶବକୁ ଉଠାଇ ବ୍ୟବଚ୍ଛେଦ ପାଇଁ ନିଜ ଗ୍ରାମ ସ୍ମସାନକୁ ନେଇଥିଲେ ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories