www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା ‘ଲର୍ଡ’ ଶଦ୍ଦକୁ ଏନସିଇଆରଟି ପାଠ୍ୟପୁସ୍ତକ, ବିଦ୍ୟାଳୟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟ ଏବଂ ସରକାରୀ କାଗଜପତ୍ରରୁ ହଟାଇବା ପାଇଁ ରାଜ୍ୟସଭାରେ ସାଂସଦ ସୁଜିତ କୁମାର ଦାବି କରିଛନ୍ତି । ଶୁକ୍ରବାର ରାଜ୍ୟସଭା ଶୂନ୍ୟକାଳରେ ସାଂସଦ ସୁଜିତ ଦର୍ଶାଇଛନ୍ତି ଯେ ବ୍ରିଟିଶ ଶାସନ ସମୟରେ ନିଜର ଶ୍ରେଷ୍ଠତାକୁ ଦର୍ଶାଇବା ଏବଂ ମିଥ୍ୟା କାହାଣୀକୁ ପରିବ୍ୟାପ୍ତ କରିବା ନିମନ୍ତେ ତକ୍ରାଳୀନ ଶାସକମାନେ ଲର୍ଡ ଶଦ୍ଦ ବ୍ୟବହାର କରୁଥିଲେ । ଏବେ ମଧ୍ୟ ଏନସିଇଆରଟିର ଅଷ୍ଟମ ଏବଂ ଦଶମ ଶ୍ରେଣୀ ଇତିହାସ ପୁସ୍ତକର ଅନେକ ସ୍ଥାନରେ ଲର୍ଡ କର୍ଜନ, ଲର୍ଡ ଲ୍ୟୁଟନ, ଲର୍ଡ ମାଉଣ୍ଟବେଟନ, ଲର୍ଡ ଡେଲହାଉସୀ ଆଦି ଉଲ୍ଲେଖ ରହିଛି । କେବଳ ପାଠ୍ୟପୁସ୍ତକ ନୁହେଁ, ଭାରତ ସରକାରଙ୍କ ଅନେକ ମନ୍ତ୍ରାଣଳୟ ୱେବସାଇଟ ବିଶେଷ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରାଣଳୟ, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭାରତୀୟ ପ୍ରତ୍ନ୍‍ତାତ୍ତିକ ସଂସ୍ଥା (ଏଏସଆଇ) ଏବଂ ବିହାର ରାଜଭବନ ତଥ୍ୟରେ ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ପ୍ରତି ଲର୍ଡ ଶଦ୍ଦ ବ୍ୟବହାର ହୋଇଛି । ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ବ୍ରିଟିଶ ଶାସକଙ୍କ ପାଇଁ ଦେଶରେ ଲର୍ଡ ଶଦ୍ଦ ବ୍ୟବହାର ଦୁଃଖଦାୟକ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶାସକ ଭାରତୀୟ ପ୍ରତି ଜଘନ୍ୟ ଅପରାଧରେ ସଂଶ୍ଲିଷ୍ଟ ଅଛନ୍ତି । ବିଶ୍ୱର ସର୍ବପୁରାତନ ଗଣତନ୍ତ୍ର ଭାରତକୁ ଔପନିବେଶିକ ଭାବନା ଠାରୁ ଉଦ୍ଧ୍ୱର୍କୁ ଉଠି ଲର୍ଡ ଶଦ୍ଦ ବାଦ୍‍ ଦେବାକୁ ସାଂସଦ ସୁଜିତ ଆହ୍ୱାନ କରିଛନ୍ତି । ଭାରତୀୟଙ୍କ ଭାବନାରେ ପରିବର୍ତ୍ତନ ଆଣିବା ତଥା ଔପନିବେଶିକ ମାନସିକତାରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତୀକାତ୍ମକ ଭାବେ ନୂଆଦିଲ୍ଲୀର ‘ରାଜପଥ‘ ନାମକୁ ପରିବର୍ତ୍ତନ କରି ‘କର୍ତ୍ତବ୍ୟପଥ‘ ନାମିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆଗାମୀ ୨୫ ବର୍ଷ ପାଇଁ ଘୋଷିତ ଅମୃତକାଳ ପଞ୍ଚପ୍ରାଣର ଦ୍ୱିତୀୟ ଅଧ୍ୟାୟରେ ପ୍ରାଣଶକ୍ତି ରହିଛି । ଯାହାକି ପରାଧୀନ ଭାବନା ଏବଂ ଦାସତ୍ୱର ଅବଶେଷକୁ ହଟାଇବ । ଅମୃତକାଳରେ ପ୍ରତ୍ୟେକ ଭାରତୀୟ ଦାସତ୍ୱର ଭାବନାରୁ ନିଜକୁ ମୁକ୍ତ କରିବେ ବୋଲି ସାଂସଦ ସୁଜିତ କୁମାର ଦର୍ଶାଇଛନ୍ତି । ଏହି ପ୍ରସଙ୍ଗରେ ଗୃହରେ ଉପସ୍ଥିତ ସାଂସଦ ସର୍ବଶ୍ରୀ କବିତା ପଟ୍ଟିଦାର, ଡ. ଫୌଜିଆ ଖାନ, ମୁଜିବୁଲ୍ଲା ଖାନ, ଧନଞ୍ଜୟ ଭୀମରାଓ ମହାଡ଼ିକ, ସତପାଲ ଶର୍ମା, ପ୍ରଦୀପ କୁମାର ବର୍ମା, ସୁଧା ମୂର୍ତ୍ତୀ, ମଦନ ରାଠୋର, ଡ. ମେଧା ଭିଶ୍ରାମ କୁଲକର୍ଣ୍ଣୀ, ଦୀପକ ପ୍ରକାଶ ଓ ବ୍ରିଜଲାଲ ଆଦି ସମର୍ଥନ କରିଥିଲେ ।
(ଦିଲ୍ଲୀ ଫଟୋ-୦୬.୧୨.୨୦୨୫-୧)

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories