ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ ଆୟୋଜିତ ହୋଇଛି ସ୍ପୋର୍ଟ୍ସ ଆୱାର୍ଡ । ଦେଶରେ ଖେଳ ଏବଂ ଖେଳାଳିଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ SSI ଗତ ତିନି ବର୍ଷ ହେଲା ଏହି ଆୱାର୍ଡ ସେରିମନି ଆୟୋଜନ କରିଆସୁଛି ।

SSI ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ଡାକ୍ତର ସାର୍ଥକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମାନ ସମାରୋହରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ଅମିତାଭ ଠାକୁର ଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ, ଅନ୍ତର୍ଜାତୀୟ ତଥା ଅଲମ୍ପିକ୍ସରେ ସଫଳତା ହାସଲ କରିଥିବା ବହୁ ନାମି ଦାମୀ ଖେଳାଳିଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ପ୍ରଥମ କରି ହକି ଷ୍ଟାର ଦିଲ୍ଲୀପ ତିର୍କୀଙ୍କ ନାଁରେ ଦିଲ୍ଲୀପ ତିର୍କୀ ବେଷ୍ଟ ହକି ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ।




