www.samajalive.in
Monday, December 8, 2025
16.1 C
Bhubaneswar

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ ଟାଉନ ଥାନା ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି। ତାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ କରାଯାଇଛି। ଗିରଫ ଯୁବକ ହେଲେ ଫୁଲବାଣୀ ସହର କୁମ୍ଭାରପଡାର ରାକେଶ ବେହେରା ଓରଫ ଛୋଟୁ(୨୪)। ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଶନିବାର ଫୁଲବାଣୀ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି।

ସୂଚନା ଅନୁସାରେ, ଗତ ଜୁଲାଇ ୨୦ରେ ରାକେଶ ତାଙ୍କ ଦୁଇ ସାଙ୍ଗଙ୍କ ସହ ଫୁଲବାଣୀ ବସ୍‌ ଷ୍ଟାଣ୍ଡ ପାଖରେ ମଦ୍ୟ ପାନ କରିଥିଲେ । ୨୧ ତାରିଖରେ ରାକେଶଙ୍କ ଜନ୍ମ ଦିନ ଥିଲା। ଟଙ୍କା ଅଭାବରୁ ସେମାନେ ଲୁଟ୍‌ କରିବା ପାଇଁ ଯୋଜନା କରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଜଣେ ବାହାର ଲୋକ ବସ୍‌ ଷ୍ଟାଣ୍ଡର ଦୁଇ ନମ୍ବର ଗେଟ ପାଖରେ ବୁଲାବୁଲି କରୁଥିଲେ। ଏହି ୩ ଜଣ ଯାକ ସ୍କୁଟିରେ ଯାଇ ସମ୍ପୃକ୍ତ ଯୁବକଙ୍କୁ ଥାପଡ, ଗୋଇଠା ମାରି ମୋବାଇଲ ଫୋନ ଲୁଟି ନେଇଥିଲେ। ଯୁବକ ଜଣକ ଆସି ଥାନାରେ ଅଭିଯୋଗ କରିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ରାକେଶଙ୍କୁ ଆଜି ଗିରଫ କରିବା ପରେ ତାଙ୍କ ପାଖରୁ ଆଉ ଚୋରି ବାଇକ ସହ ଦୁଇଟି ମୋବାଇଲ ଜବତ କରାଯାଇଛି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories