www.samajalive.in
Monday, December 8, 2025
14.1 C
Bhubaneswar

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ ୨-୧ରେ ସିରିଜ କବ୍‌ଜା କରିଛି ଟିମ ଇଣ୍ଡିଆ। ୨୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୬୭ ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଛି। ଯଶସ୍ବୀ ଜୟସୱାଲଙ୍କ ଶତକୀୟ ପାଳି ଏବଂ ହିଟମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଦଳରେ ଦଳ ସହଜରେ ଶେଷ ଦିନିକିଆରେ ବିଜୟ ହାସଲ କରିଛି।

ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ରନ ସଂଗ୍ରହ କରିଥିଲା। ହେଲେ ଟିମ ଇଣ୍ଡିଆର ଦୁଇ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଳଦୀପ ଯାଦବଙ୍କ ଘାତକ ବୋଲିଂକୁ ସାମ୍ନା କରିପାରି ନ ଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ। ଏକଦା ୧୬୮ ରନରେ ୨ଟି ଉଇକେଟ ହରାଇଥିବା ଏହି ଦଳ ମାତ୍ର ୨୭୦ ରନରେ ଅଲଆଉଟ ହୋଇଯାଇଥିଲା। କୁଇଣ୍ଟନ ଡି’କକ ଏକମାତ୍ର ଖେଳାଳି ଭାବେ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଉଭୟ ପ୍ରସିଦ୍ଧ ଏବଂ କୁଳଦୀପ ୪ଟି ଲେଖାଏ ଉଇକେଟ ନେଇଥିଲେ।

- Advertisement -

୨୭୧ ରନର ବିଜୟଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆର ଦୁଇ ଓପନର ରୋହିତ ଶର୍ମା ଏବଂ ଜୟସୱାଲ ଧିମା ଆରମ୍ଭ କରିଥିଲେ। କିନ୍ତୁ ୮ ଓଭର ପରେ ଉଭୟ ଖେଳାଳି ହାତ ଖୋଲି ଆକ୍ରମଣାତ୍ମକ ଢଙ୍ଗରେ ଶଟ୍‌ ମାରିଥିଲେ। ପ୍ରଥମ ଉଇକେଟରେ ଏହି ଯୋଡ଼ି ୧୫୫ ରନ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଥମ ଉଇକେଟ ଭାବେ ରୋହିତ ୭୫ ରନ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରେ କୋହଲି ପଡ଼ିଆକୁ ଆସିଥିଲେ। ଉଭୟେ କୋହଲି ଏବଂ ଜୟସୱାଲ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରି ୩୯.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲେ। ଜୟସୱାଲ ୧୧୧ ବଲରେ ନିଜର ଶତକ ପୂରଣ କରିଥିଲେ। ସେ ମୋଟ ୧୨୧ ବଲ​‌ ଖେଳି ୧୧୬ ରନ କରିଥିଲେ। ସେହିପରି କୋହଲି ପଛରେ ଆସି ଅର୍ଦ୍ଧଶତକ ହାସଲ କରିଥିଲେ।

ଅନ୍ୟପଟେ ଏହି ମ୍ୟାଚରେ ରୋହିତ ଏକ ନୂଆ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ସେ ଅନ୍ତର୍ଜାତୀୟ ମ୍ୟାଚରେ ୨୦ ହଜାର ରନ ପୂରଣ କରିଛନ୍ତି। ୪୩୮ ଇନିଂସରେ ସେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହି କ୍ଲବରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ ଏବଂ ବିରାଟ କୋହଲି ରହିଛନ୍ତି। ୪ର୍ଥ ଭାରତୀୟ ଭାବେ ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories