www.samajalive.in
Sunday, December 7, 2025
14.1 C
Bhubaneswar

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ ସେ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା ଓ ପ୍ରତ୍ୟୟର ଦୀପଶିଖା। ଜନ୍ମମାଟି ଆଠଗଡରେ ଡ.ରାଧାନାଥ ରଥଙ୍କ ୧୨୯ତମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରି ଉପରୋକ୍ତ ବକ୍ତବ୍ୟ ଦେବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆଠଗଡରେ ଗୋପବନ୍ଧୁ କନିଷ୍ଠ ମହିଳା କଲେଜ ଓ ଡ.ରାଧାନାଥ ରଥ ସ୍ମୃତି କମିଟି ପକ୍ଷରୁ ମହିଳା କଲେଜ ପରିସରରେ କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଏହି ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଆଠଗଡର ବୟୋଜ୍ୟେଷ୍ଠ ଅଧିବକ୍ତା ପ୍ରାଣକୃଷ୍ଣ ଦାଶ ଗଡଜାତ ଆନ୍ଦୋଳନର ପୁରୋଧା ଭାବେ ଡ.ରଥଙ୍କୁ ଅବିହିତ କରିବା ସହ ଆଠଗଡ ଅଞ୍ଚଳର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତପ୍ରକାଶ କରିଥିଲେ। ବିଶେଷକରି ଆଠଗଡର ଶିକ୍ଷା, ସ୍ଵାସ୍ଥ୍ୟ, ଜଳସେଚନ ଓ ଗମନାଗମନର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଦାଶ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ.ନାରାୟଣ ପଣ୍ଡା ଡ. ରଥଙ୍କ ସାରସ୍ବତ କୃତି, ଅନୁବାଦ ସାହିତ୍ୟର ବିସ୍ତୃତ ଆଲୋଚନା କରିବା ସହ ସମାଜରେ ପ୍ରକାଶ ପାଉଥିବା ଝିଟିପିଟି କହେ (ଅଣାକାର) ସ୍ତମ୍ଭ ସମାଜକୁ କିପରି ଦିଗଦର୍ଶନ ଦେଉଥିଲା ତାର ଅବତାରଣା କରିଥିଲେ। ସମ୍ମାନିତ ଅତିଥିଭାବେ କଲେଜର ପୂର୍ବତନ ଅଧ୍ୟକ୍ଷା ତଥା ଶିକ୍ଷାବିତ ମମତା ମିଶ୍ର ଓ ଆଠଗଡ ନଗରପାଳ ସସ୍ମିତା ରାଉତ ଡ.  ରଥଙ୍କ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିବା ସହ ତାଙ୍କ ପରି ଯୋଗଜନ୍ମାଙ୍କୁ ଜନ୍ମ ଦେଇ ଆଠଗଡ ମାଟି ଧନ୍ୟ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ।

- Advertisement -

ଡ.ରାଧାନାଥ ରଥ ସ୍ମୃତି କମିଟିର ଆବାହକ ସୁଧି ରଞ୍ଜନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତିଙ୍କୁ ‘ଡ.ରାଧାନାଥ ରଥ ସ୍ମାରକୀ ସମ୍ମାନ’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ କଲେଜର ଛାତ୍ରୀମାନେ ଓଡ଼ିଶାର ସୁନାମଧନ୍ୟ ଗୀତିକାର ରାଧାନାଥ ଦାସଙ୍କ ଦ୍ବାରା ଡ. ରଥଙ୍କ ଉପରେ ରଚିତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅତିଥିମାନେ କଲେଜ ପରିସରରେ ପ୍ରତିଷ୍ଠିତ ଡ.ରଥଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ବୁଦ୍ଧିଜୀବୀ ସଂଘ, ରୋଟାରୀ କ୍ଲବ, ଇନରହ୍ୱିଲ କ୍ଲବ, ଗ୍ରାଜୁଏଟ୍ସ କ୍ଲବର ସଦସ୍ୟ, କଲେଜର ସମସ୍ତ ଅଧ୍ୟାପିକା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଡ.ରଥଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କଲେଜର ବରିଷ୍ଠ ପ୍ରାଧ୍ୟାପିକା ସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories