www.samajalive.in
Sunday, December 7, 2025
23.1 C
Bhubaneswar

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌ ଟିକେଟ ଦର ବୃଦ୍ଧି କରିଦେଇଛନ୍ତି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ବିମାନ କମ୍ପାନୀଗୁଡ଼ିକର ମନଇଚ୍ଛା ଟିକେଟ ବୃଦ୍ଧି ଉପରେ ବ୍ରେକ୍‌ ଲଗାଇଛନ୍ତି। ସରକାର ତ୍ଵରିତ ଭାବେ ଅଧିକତମ ଭଡ଼ା ସୀମା(ଫେୟାର କ୍ୟାପ) ଲାଗୁ କରିଛନ୍ତି। ସାର୍ବଜନିକ ହିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଦେଶ ଜାରି କରାଯାଇଥିବା କୁହାଯାଇଛି। କୌଣସି ବିମାନ କମ୍ପାନୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ।

ସରକାରଙ୍କ ନିର୍ଦେଶ ଅନୁସାରେ, ୫୦୦ରୁ ୧ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାତ୍ରା ଲାଗି ବିମାନ ଭଡ଼ା ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ।

- Advertisement -

ସେହିପରି ୧୦୦୦ରୁ ୧୫୦୦ କିମି ପାଇଁ ସର୍ବାଧିକ ୧୫ ହଜାର ଏବଂ ୧୫୦୦ କିଲୋମିଟରରୁ ଅଧିକ ଦୂର ଯାତ୍ରା ପାଇଁ ସର୍ବାଧିକ ୧୮ ହଜାର ଟଙ୍କା ଟିକେଟ ଦର ଧାର୍ଯ୍ୟ କରାଯାଇଛି। ଦେଶ ଭିତରେ ଯାତ୍ରା ପାଇଁ ଏହି ଦର ଲାଗୁ ହେବ।

ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଆଦେଶ ବିମାନ କମ୍ପାନୀର ୱେବସାଇଟ, ଅନଲାଇନ ଟ୍ରାଭେଲ ସଂସ୍ତା ଏବଂ ସମସ୍ତ ଟିକେଟ ବୁକିଂ ପ୍ଳାଟଫର୍ମ ଉପରେ ଲାଗୁ ହେବ। କୌଣସି ବୁକିଂ ପ୍ଲାଟଫର୍ମ ଏହାଠାରୁ ପୃଥକ ଟିକେଟ ଦର ଧାର୍ଯ୍ୟ କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନର ଉଡ଼ାଣ ବନ୍ଦ ହେବା ଫଳରେ ବହୁ ଯାତ୍ରୀ ବିମାନ ଯାତ୍ରା କରି ନ ପାରି ସମସ୍ୟାରେ ପଡିଛନ୍ତି। ଏହି ସମୟରେ ଅନ୍ୟ ବିମାନ କମ୍ପାନୀଗୁଡ଼ିକ ଫାଇଦା ହାସଲ ଲାଗି ଟିକେଟ ଦରକୁ ୪/୫ ଗୁଣା ବୃଦ୍ଧି କରିଥିଲେ। ଦିଲ୍ଲୀରୁ ମୁମ୍ବଇ ଯାତ୍ରା ଯେଉଁଠି ୧୫ ହଜାର ଟଙ୍କା ମଧ୍ୟରେ ହୋଇଯାଉଥିଲା ତାହାର ନୂଆ ଦର ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେହିପରି ଦିଲ୍ଲୀରୁ ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଟିକେଟ ଦର ୪୦ ହଜାରରୁ ୮୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories