www.samajalive.in
Sunday, December 7, 2025
26.1 C
Bhubaneswar

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ ଇଣ୍ଡିଗୋ କମ୍ପାନୀ। କମ୍ପାନୀର ବିମାନ ଉଡ଼ାଣରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ନ ଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ଟଙ୍କା ଫେରାଇବାକୁ ଶନିବାର ଇଣ୍ଡିଗୋକୁ ନିର୍ଦେଶ ଦେଇଛି। ଏହା ପରେ କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସ୍ବୟଂଚାଳିତ ଭାବେ ଯାତ୍ରୀଙ୍କ ଆକାଉଣ୍ଟ ଟଙ୍କା ଫେରସ୍ତ ହେବ ବୋଲି କମ୍ପାନୀ କହିଛି।

ମନ୍ତ୍ରଣାଳୟ ପକ୍ଷରୁ ବିମାନ କମ୍ପାନୀକୁ ସ୍ପ​‌ଷ୍ଟ ଭାବେ ନିର୍ଦେଶ ଦିଆଯାଇ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନେ ବିମାନ ରଦ୍ଦ ଯୋଗୁ ପ୍ରଭାବିତ ହୋଇଛନ୍ତି ସେମାନଙ୍କଠାରୁ କୌଣସି ପ୍ରକାର ପୁନଃସୂଚୀ ଶୁଳ୍କ ନିଆ ନ ଯାଉ। ଏହା ସହିତ ୭ ଡିସେମ୍ବର ସୁଦ୍ଧା ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯାଉଛି। ଆଦେଶ ପାଳନରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

- Advertisement -

ମନ୍ତ୍ରଣାଳୟ ଆହୁରି ନିର୍ଦେଶରେ କହିଛି ଯେ, ଉଡ଼ାଣ ରଦ୍ଦ କିମ୍ବା ବିଳମ୍ବ କାରଣରୁ ଯାତ୍ରୀମାନଙ୍କଠାରୁ ଚ୍ଛିନ୍ନ ହୋଇଥିବା ସମସ୍ତ ଲଗେଜର ପତ୍ତା ଲଗାଇ ସେଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ଯାତ୍ରୀଙ୍କ ଘରେ କିମ୍ବା ସେମାନେ ଦେଇଥିବା ଠିକଣାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ। ଲଗେଜଗୁଡ଼ିକୁ ଟାକ୍‌ କରି ସେମାନଙ୍କର ସ୍ଥିତି ଏବଂ ଡେଲିଭରିର ସମୟ ବିଷୟରେ ଯାତ୍ରୀଙ୍କୁ ଅବଗତ କରାଇବାକୁ କୁହାଯାଇଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories