www.samajalive.in
Monday, December 8, 2025
14.1 C
Bhubaneswar

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ ମହିଳାଙ୍କ ମୁଣ୍ଡବହିନ ଶବ ସ୍ଥାନୀୟ ନଦୀରୁ ମିଳିବବ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ମୃତ ମହିଳାଙ୍କ ଗ୍ରାମବାସୀ ଧନୁ ତୀର, କୁରାଢି, ଭୁଜାଲି ଭଳି ମରଣାସ୍ତ୍ର ଧରି ସନ୍ଦେହ ଘେରରେ ରହିଥିବା ଅଭିଯୁକ୍ତଙ୍କ ଗାଁ ଏମଭି-୨୬ ସୀମାରେ ପହଁଞ୍ଚି ଉତ୍ତେଜନା ସୃଷ୍ଟି କରିଥିଲେ । କୋରୁକୋଣ୍ଡା ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରିବ ସହ ମୃତ ମହିଳାଙ୍କ କଟା ମୁଣ୍ଡ ଖୋଜି ବାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଥାନାଧିକାରୀ ହିମାଂଶୁ ଶେଖର ବାରିକ । ପରେ ପରିସ୍ଥିତି ଶାନ୍ତ ହେବ ସହ ରାଖେଲଗୁଡା ଗ୍ରାମବାସୀ ନିଜ ଗଣ କୁ ଫେରିଥିଲେ ।

ସୂଚନାଯୋଗ୍ୟ ଯେ ରାଖେଲଗୁଡା ଗାଁର ଲାକେ ପଡିଆମି ନାମ୍ନୀ ଜଣେ ମହିଳା ଗତ କିଛିଦିନ ପୂର୍ବରୁ ନିଖୋଜ ଥିବାବେଳେ ଡୁଡାମେଟଲା ଗାଁ ନିକଟସ୍ଥ ପୋଟେରୁ ନଦୀରେ ଏକ ମୁଣ୍ଡ ବିହୀନ ମହିଳାଙ୍କ ଶବ ଭାସୁ ଥିବାର ବାଲି ଘାଟରେ କାମ କରୁଥିବା ଲୋକେ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଏ ସମ୍ପର୍କରେ ପୁଲିସକୁ ଲିଖିତ ଅଭିଯୋଗ କରିବ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୁଣ୍ଡ ବିହୀନ ଶବ ଜବତ କରିଥିଲା । କିନ୍ତୁ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇ ନଦେଇ ଗ୍ରାମବାସୀ କଟା ମୁଣ୍ଡ ଦାବି କରିଥିଲେ । ସେପଟେ ନଦୀରେ ଅଧିକ ପାଣି ଥିବାରୁ ମୁଣ୍ଡ ଖୋଜିବା ସମ୍ଭବ ହେଉ ନଥିବାରୁ ଅଗ୍ନିଶମ ବିଭାଗକୁ ଖୋଜିବା ନିମନ୍ତେ ସୂଚନା ଦିଆଯାଇଛି । ନଦୀ ରେ ଓ ଆଖପାଖ ଅଞ୍ଚଳ ରେ ପୁଲିସ ପକ୍ଷରୁ ମୁଣ୍ଡ ଖୋଜା ଚାଲିଛି ବୋଲି କୋରୁକୋଣ୍ଡା ସଦରଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories