www.samajalive.in
Sunday, December 7, 2025
23.1 C
Bhubaneswar

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ । ଗାଡି ଜାଳିଦେବାକୁ ଧମକ ଦେଲେ ପଥର ମାଫିଆ ଓ ଟ୍ରକ ମାଲିକ । ଏଭଳି ଘଟଣା ଘଟିଛି ସୋର ଥାନା ଅନ୍ତର୍ଗତ ବାହନଗା ଦଣ୍ଡେହିପୁର ଗାଁରେ । ଏଠାରେ ଦିନକୁ ଦିନ ପଥର ମାଫିଆ ଓ ଟ୍ରକ ମାଲିକଙ୍କ ଦୌରାତ୍ୟମ ବଢ଼ି ଚାଲିଛି । କନିଷ୍ଠ ଖଣି ଅଧିକାରୀଙ୍କୁ ଧମକ ଦେଇ ତିନୋଟି ଟ୍ରକ ଛଡାଇ ନେଇଛନ୍ତି ମାଫିଆ । ଏପରିକି ଖଣି ଅଧିକାରୀଙ୍କ ଗାଡି ଜାଳିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ବାହାନଗା ଦାଣ୍ଡହରିପୁର ଗ୍ରାମରେ ତିନିଟି ଚୋରା ପଥର ଟ୍ରକ ଥିବା ଖବର ପାଇ ସୋର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଘଟଣାସ୍ଥଳକୁ ଯାଇଥିଲେ । ଖଣି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗାଁର କିଛି ଯୁବକ, ଟ୍ରକ ମାଲିକ ଓ ପଥର ମାଫିଆ ମିଳିତ ଭାବେ କନିଷ୍ଠ ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣୀ ଓ ଖଣି ବିଭାଗର ବୋଲେରୋ ଡ୍ରାଇଭର ନିରଞ୍ଜନ ମହାଳିକଙ୍କୁ ଧମକ ଦେବା ସହିତ ଗଣ୍ଡଗୋଳ କରିଥିଲେ । ଗଣ୍ଡଗୋଳକାରୀମାନେ ଖଣି ବୋଲେରୋକୁ ପୋଡ଼ିଦେବାକୁ ଧମକ ଦେଇଥିଲେ । ଖଣି ବିଭାଗ ଅଧିକାରୀଙ୍କ ଠାରୁ ଗାଳିଗୁଲଜ କରି ତିନୋଟି ବେଆଇନ ପଥର ବୋଝେଇ ଟ୍ରକକୁ ଛଡାଇ ନେଇଥିଲେ । ଘଟଣାକୁ ନେଇ ଖଣି ବିଭାଗ ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି । ସେଠାରୁ ଖଣି ଅଧିକାରୀ ଶ୍ରୀ ଦାସ ଖଞ୍ଜାମାହଲ ଖାଦାନକୁ ଯାଇ ୫୬ ଖାଦାନରୁ ପାଣି ଶୁଖାଉଥିବା ଏକ ଟ୍ରାକ୍ଟରକୁ ଜବତ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories