www.samajalive.in
Sunday, December 7, 2025
16.1 C
Bhubaneswar

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ
ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ ସମ୍ପୃକ୍ତ ରହି ରାଜ୍ୟର ସର୍ବତ୍ତୋମୁଖୀ ବିକାଶ ଦିଗରେ ଅହରହ ଉଦ୍ୟମ କରି ଆସିଛନ୍ତି। ସ୍ବାଧୀନତା ସଂଗ୍ରାମ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ଆମ ଦେଶର ଉତ୍ତର ଦାୟାଦମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ନିରଳସ, ତ୍ୟାଗପୂତ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ବ ଆମର ନୂଆ ପିଢ଼ିର ଯୁବସମାଜକୁ ଅନେକ କାଳ ପାଇଁ ଉଦ୍‌ବୁଦ୍ଧ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ବିଜୁ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀପ୍ରେରଣାର ଉତ୍ସ
ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ ସମ୍ପୃକ୍ତ ରହି ରାଜ୍ୟର ସର୍ବତ୍ତୋମୁଖୀ ବିକାଶ ଦିଗରେ ଅହରହ ଉଦ୍ୟମ କରି ଆସିଛନ୍ତି। ସ୍ବାଧୀନତା ସଂଗ୍ରାମ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ଆମ ଦେଶର ଉତ୍ତର ଦାୟାଦମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ନିରଳସ, ତ୍ୟାଗପୂତ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ବ ଆମର ନୂଆ ପିଢ଼ିର ଯୁବସମାଜକୁ ଅନେକ କାଳ ପାଇଁ ଉଦ୍‌ବୁଦ୍ଧ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

- Advertisement -

ବିଜୁ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ

ଗୋପବନ୍ଧୁଙ୍କ ଯଥାର୍ଥ ଦାୟଦ
ଜନସ୍ବାର୍ଥ ସେବାରେ ନିଜକୁ ନିୟୋଜିତ କରିବାରେ ପ୍ରେରଣା। ସେ ଥିଲେ ଗୋପବନ୍ଧୁଙ୍କ ଯଥାର୍ଥ ଦାୟଦ। ଓ ଆଦର୍ଶ ସେ ଉତ୍କଳମଣି ଗୋପବନ୍ଧୁଙ୍କଠାରୁ ପାଇଛନ୍ତି। ପ୍ରକୃତରେ ତାଙ୍କ ଜୀବନ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ। ଏକନିଷ୍ଠ ଭାବରେ ଲାଗି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ‘ସମାଜ’ ସମ୍ବାଦପତ୍ରକୁ ଏକ ବିରାଟ ଅନୁଷ୍ଠାନରେ ପରିଣତ କରିବାର କୃତିତ୍ବ କେବଳ ହିଁ ତାଙ୍କର। ଏପରି ସାଧନା ଦ୍ବାରା ସେ ନିଜେ ଉପକୃତ ହୋଇଛନ୍ତି ଏବଂ ଓଡ଼ିଶାବାସୀ ମଧ୍ୟ ବହୁଭାବରେ ପ୍ରଭାବିତ ହୋଇଛନ୍ତି। ଏକ ଅନୁଷ୍ଠାନ ଭାବରେ ‘ସମାଜ’ ହେଉଛି ଅଦ୍ବିତୀୟ ଏବଂ ଏଥିଲାଗି ରାଧାନାଥ ବାବୁଙ୍କ ଦାନ ଅତୁଳନୀୟ।
ସୁରେନ୍ଦ୍ର ନାଥ ଦ୍ବିବେଦୀ, ପୂର୍ବତନ ରାଜ୍ୟପାଳ

‘ସମାଜ’ ଥିଲା ତାଙ୍କ ଜୀବନ
‘ସମାଜ’ର କୌଣସି ସମ୍ବାଦ ନ୍ୟୂନ ନୁହେଁ। ତା’ଛଡ଼ା ସମ୍ପାଦକୀୟ ସ୍ତମ୍ଭଟି ସମସ୍ତେ ପଢ଼ନ୍ତି। ସେ ବୁଦ୍ଧିଜୀବୀ ହେଉ ବା ସ୍କୁଲ ଶିକ୍ଷକ ହେଉ ବା ସାଧାରଣ ରାଜନୈତିକ କର୍ମୀଟିଏ ହେଉ ‘ସମାଜ’ ସମ୍ପାଦକୀୟ କ’ଣ ଲେଖିଛି ସେ କଥା ମନଯୋଗ ଦେଇ ପଢ଼ନ୍ତି। ରାଧାନାଥ ବାବୁ ‘ସମାଜ’ କାଗଜଟିକୁ ତାଙ୍କର ଜୀବନ ଧନ ଭଳି ଖୁବ୍‌ ଯତ୍ନର ସହିତ ସୁବିନ୍ୟସ୍ତ କରି ତଦ୍‌ବିର କରନ୍ତି। ସମ୍ବାଦପତ୍ରର ଯେ କୌଣସି ବିଭାଗ ତାଙ୍କ ନଖଦର୍ପଣରେ ରହିଥାଏ। ସେ ଖାଲି ସମ୍ବାଦପତ୍ରର ସମ୍ପାଦକ ଭାବରେ ନୁହଁ, ଜଣେ ସ୍ନେହୀ, ପାରିବାରିକ ମଣିଷର ହୃଦୟ ନେଇ ସମସ୍ତଙ୍କ ଦୁଃଖ ସୁଖରେ ଭାଗୀଦାର ହୁଅନ୍ତି। ଏପରି ଜଣେ ଆପଣାର ମଣିଷ ବାସ୍ତବିକ ଦୁର୍ଲଭ। ‘ସମାଜ’ ମାଧ୍ୟମରେ ସେ ଅଗଣିତ ମଣିଷର ଜୀବନଧାରାକୁ ସ୍ପର୍ଶ କରି ପାରୁଥିଲେ। ସେ ବ୍ୟକ୍ତିଗତ ହେଉ ବା ସାମାଜିକ ହେଉ ‘ସମାଜ’ ଯେମିତି ରାଧାନାଥ ବାବୁଙ୍କ ବିବେକ ବିଚାରର ବାଣୀ ଭଳି ସମସ୍ତଙ୍କ ପାଖରେ ପହଞ୍ଚିପାରୁଛି, ଏପରି ଜଣେ ସମ୍ବାଦପତ୍ରର ସମ୍ପାଦକ ‘ସମାଜ’ ସାହିତ୍ୟିକ ହେବାର ଯଥେଷ୍ଟ ପ୍ରମାଣ ରଖିପାରିଛନ୍ତି। ସେଥିପାଇଁ ତାଙ୍କୁ ସମ୍ବାଦ-ସାହିତ୍ୟିକ କହିବା ଠିକ୍‌ ହେବ।
ଅନ୍ନଦାପ୍ରସାଦ ରାୟ, ବିଶିଷ୍ଟ ସାହିତ୍ୟିକ

ଜଣେ ପରିପୂର୍ଣ୍ଣ ବ୍ୟକ୍ତିତ୍ବ
ସମାଜସେବା ଏବଂ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦାନ ଅନବଦ୍ୟ। ଶତାୟୁପୁରୁଷ ଡକ୍ଟର ରାଧାନାଥ ରଥ ଆମ ଜାତିର ଗର୍ବ, ଗୌରବ ଏବଂ ଏକ ସମୁଜ୍ବଳ ଆଲୋକସ୍ତମ୍ଭ। ଉତ୍ସର୍ଗୀକୃତ ଓ ସମର୍ପିତ ତାଙ୍କର ଦୀର୍ଘ ଜୀବନକାଳ। ସେ ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ବ।
-ଚିନ୍ତାମଣି ପାଣିଗ୍ରାହୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ

ସ୍ତୁତି, ନିନ୍ଦାର ଊର୍ଦ୍ଧ୍ବରେ
ତାଙ୍କର ଜୀବନ କଥାର ସଂକ୍ଷେପ ଉଲ୍ଲେଖ ସହଜ ନୁହେଁ। ସେ ତାଙ୍କର କର୍ତ୍ତବ୍ୟକର୍ମ ଦୃଷ୍ଟିରୁ ସ୍ତୁତି-ନିନ୍ଦାର ଊର୍ଦ୍ଧ୍ବରେ। ଓଡ଼ିଶାକୁ, ଭାରତକୁ, ଆମରି ଦୁନିଆକୁ ବିଶେଷତଃ ଦୁଃଖୀ, ରଙ୍କି, ପୀଡ଼ିତଙ୍କୁ ସେ ହେତୁ ହେବା ଦିନରୁ ଯେପରି ଦେଖିଥିଲେ, ତାହାଠାରୁ ଟିକିଏ ଅଧିକ ସ୍ବଚ୍ଛଳ, ଅଧିକ ଯୋଗ୍ୟ ଓ ଅଧିକ ପାରଦର୍ଶୀ କରିବାକୁ ସେ ଅକ୍ଲାନ୍ତ ଚେଷ୍ଟା କରିଛନ୍ତି। ତାହାର ଉଦାହରଣ ଅଜସ୍ର; କିନ୍ତୁ ଆହୁରି ଅନେକ ବାକି ରହିଛି। ଯଥାର୍ଥରେ ବିଲାତର ଭିକ୍ଟୋରିଆନ କବି ବ୍ରାଉନିଙ୍ଗ କହିଥିଲେ, ‘The petty done, the undone vast’ ଖୁବ୍‌ ‘ଅଳ୍ପ କୃତିତ୍ବ ହୋଇଛି, ବିଶାଳ କାର୍ଯ୍ୟ ଅସମାପ୍ତ ରହିଛି।’ ସେ କାର୍ଯ୍ୟକୁ ସାମୂହିକ ଭାଷାରେ ପ୍ରତ୍ୟେକ ବ୍ୟକ୍ତି କାର୍ଯ୍ୟକାରୀ କରିବାକୁ ସଂକଳ୍ପବଦ୍ଧ ହେଲେ ହିଁ ବାବାଜୀଙ୍କ ପ୍ରତି ତାହା ହେବ ଯଥାର୍ଥ ଶ୍ରଦ୍ଧାଞ୍ଜଳି।

ଇଂରାଜୀ ଭାଷାର ମହନୀୟ ନାଟ୍ୟକାର ବାର୍ନାଡ ଶ ତାଙ୍କର ଗୋଟିଏ ଲେଖରେ ଲେଖିଥିଲେ, ‘Life is not a brief candle. It is a splendid torch, that I want to make burn as brightly as possible before handing it on to future generations.’
ଏହାର ଓଡ଼ିଆ ପଦ୍ୟାନୁବାଦ-
‘ଜୀବନଟା ନୁହେଁ କିଞ୍ଚିତ ବତି
ମଶାଲ ସେ, ଜଳେ ଦିବସ ରାତି
ଆହୁରି ତେଜରେ ଯିବି ଜଳାଇ
ଆଗାମୀ ପିଢ଼ିରେ ଦେବି ବଢ଼ାଇ।’
ମୋର ନିଜସ୍ବ କବିତା ବଦଳରେ ମୁଁ ଏହି ଅନୁବାଦଟିକୁ ପରମପୂଜ୍ୟ ବାବୁଜୀଙ୍କୁ ଭକ୍ତିର ଅର୍ଘ୍ୟ ରୂପେ ଭେଟି ଦେଉଛି।
ମନମୋହନ ମିଶ୍ର, ବିଶିଷ୍ଟ କବି

ଜୀବନନାମା
* ଜନ୍ମ: ୧୮୯୬ ଡିସେମ୍ବର ୬, କଟକ ଆଠଗଡ଼ସ୍ଥ ରାଧାନାଥପୁର ଶାସନ।
* ରେଭେନ୍ସା କଲିଜିଏଟ ସ୍କୁଲରୁ ୧୯୧୬ରେ କୃତିତ୍ବର ସହିତ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ।
* ୧୯୧୯ ଅକ୍ଟୋବର ୧ରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆହ୍ବାନରେ ସିଂହଭୂମି ଜିଲା ଅନ୍ତର୍ଗତ ଚାଇଁବସାରେ ଜଙ୍ଗଲ ବିଭାଗ ଚାକିରିରୁ ଇସ୍ତଫା।
*  ୧୯୧୯ ଅକ୍ଟୋବର ୪ ତାରିଖରେ ସତ୍ୟବାଦୀଠାରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ପ୍ରେସ୍‌ ଓ ??*‘ସତ୍ୟବାଦୀ’ ପତ୍ରିକାର ଦାୟିତ୍ବ ଗ୍ରହଣ।
* ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦାନ ଓ କାରାବରଣ।
*୧୯୫୨ରୁ ୧୯୬୧ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ରାଜ୍ୟ ଅର୍ଥ, ଶିକ୍ଷା, ଜଙ୍ଗଲ,
କୃଷି ଓ ଉନ୍ନୟନ ବିଭାଗର ମନ୍ତ୍ରୀ ରୂପେ ଦାୟିତ୍ବ ସମ୍ପାଦନ।
* ୧୯୪୬ରୁ ୧୯୭୭ ପର୍ଯ୍ୟନ୍ତ (୧୯୬୧-୬୭କୁ ଛାଡ଼ି) ସମସ୍ତ ନିର୍ବାଚନରେ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ।
* ୧୯୩୨ଠାରୁ ଦୈନିକ ‘ସମାଜ’ ସମ୍ପାଦନା ଓ ୧୯୫୭ଠାରୁ ସମ୍ପୂର୍ଣ୍ଣ ସମ୍ପାଦନା ଦାୟିତ୍ବ ଗ୍ରହଣ।
* ଲୋକସେବକ ମଣ୍ଡଳ, ନୂଆଦିଲ୍ଲୀ ଓ ଓଡ଼ିଶା ଶାଖାର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ।
* ୧୯୭୭-୮୦ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଉପକୁଳପତି।
* ଓଡ଼ିଶା ଲିପି ସଂସ୍କାର କମିଟିର ସଭାପତି।
* ଭାରତ-ଚୀନ ସାଂସ୍କୃତିକ ନୂଆଦିଲ୍ଲୀ ଉପସଭାପତି ଓ ଓଡ଼ିଶା ଶାଖାର ସଭାପତି।
*ଭାରତ-ସୋଭିଏତ ମୈତ୍ରୀ ସମିତିର ସଭାପତି।
* ୧୯୬୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ।
* ୧୯୬୮ରେ ରାଷ୍ଟ୍ରପତିଙ୍କ ଦ୍ବାରା ପଦ୍ମଭୂଷଣ ଉପାଧିରେ ଭୂଷିତ।
* ୧୯୮୧ ଲୋକସେବକ ମଣ୍ଡଳରେ ସର୍ବଭାରତୀୟ ସଭାପତି।
*୧୯୯୩ ଜାତୀୟ ସମ୍ମାନ କର୍ମବୀର ଗୌରୀଶଙ୍କର ଚକ୍ର ଲାଭ।
* ୧୯୯୩ ରାଜ୍ୟର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନସୂଚକ ‘ଉତ୍କଳରତ୍ନ’ ଉପାଧି ଲାଭ।
* ଦେହାବସାନ: ୧୯୯୮ ଫେବୃଆରୀ ୧୧।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories