www.samajalive.in
Sunday, December 7, 2025
13.1 C
Bhubaneswar

ଭାରତୀୟଙ୍କ ସପକ୍ଷରେ ଏଲନ ମସ୍କ

ସମାଜ ଲାଇଭ ଡ଼େସ୍କ : ଟେସଲା, ସ୍ପେସଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ଏକ ଆମେରିକୀୟ ପୋଡକାଷ୍ଟ ରେ ଦେଇଥିବା ଉତ୍ତର ରୁ ଜଣା ପଡିଛି ଯେ ଭାରତୀୟଙ୍କ ଭିସା ବିରୁଦ୍ଧରେ ଆମେରିକା ସରକାରଙ୍କ ପଦକ୍ଷେପକୁ ସହ ସେ ସହମତ ନୁହନ୍ତି । ମସ୍କ କହିଛନ୍ତି ଯେ ଆମେରିକାକୁ ଆସିଥିବା ପ୍ରତିଭାଶାଳୀ ଭାରତୀୟଙ୍କଠାରୁ ଆମେରିକା ଅତ୍ୟନ୍ତ ଲାଭବାନ ହୋଇଛି, ଏହାସହ ସତର୍କ କରାଇ ଦେଇଛନ୍ତି ଯେ କିଛି ଆଉଟସୋର୍ସିଂ କମ୍ପାନୀ କମ୍ ମୂଲ୍ୟରେ ନିଯୁକ୍ତି ଦେବା ପାଇଁ ଏଚ-୧ବି  ଭିସା ସିଷ୍ଟମ୍‌କୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି । ଏଚ-୧ବି ସିଷ୍ଟମ୍‌କୁ ବନ୍ଦ କରିବା, ପ୍ରକୃତରେ ବହୁତ ଖରାପ ହେବ ବୋଲି ସେ କହିଛନ୍ତି ।

ପୋଡକାଷ୍ଟରେ ମସ୍କ କହିଛନ୍ତି ଯେ , କିଛି କମ୍ପାନୀ ଏଚ-୧ବି ଭିସାକୁ ଅଧିକ ମୂଲ୍ୟବାନ କହୁଛନ୍ତି । ଯଦି କମ୍ପାନୀମାନେ ଜଣେ ଆମେରିକୀୟ ନାଗରିକଙ୍କ ଖର୍ଚ୍ଚର ଏକ ଅଂଶ ଦେଇ କାହାକୁ ନିଯୁକ୍ତି ଦେଇପାରିବେ, ତେବେ ମୁଁ ଭାବୁଛି ଏହି କମ୍ପାନୀଗୁଡ଼ିକ କେବଳ ନିଜ ଖର୍ଚ୍ଚ ବଞ୍ଚାଇବା ପାଇଁ ଏପରି କରିବେ । ମୋ କମ୍ପାନୀଗୁଡ଼ିକରେ, ସମସ୍ୟା ହେଉଛି ଆମେ ବିଶ୍ୱର ସବୁଠାରୁ ପ୍ରତିଭାବାନ ଲୋକଙ୍କୁ ପାଇବାକୁ ଚେଷ୍ଟା କରୁଛୁ, ଏବଂ ଆମେ ହାରାହାରିଠାରୁ ବହୁତ ଅଧିକ ଦରମା ଦେଉଛୁ । ଏହା ମୋର ଅଭିଜ୍ଞତା ନୁହେଁ ବୋଲି ମସ୍କ କହିଛନ୍ତି । ଭାରତୀୟ ନାଗରିକଙ୍କ ଭିସା ସପକ୍ଷରେ ସେ କହିଛନ୍ତି , ମୁଁ ଭାବୁଛି ଏଚ-୧ବି ଭିସାର ଅପବ୍ୟବହାର ହୋଇଛି । କିଛି ଆଉଟସୋର୍ସିଂ କମ୍ପାନୀ ଏଚ-୧ବି ସିଷ୍ଟମକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି , ଆମକୁ ଏହା ବନ୍ଦ କରିବାକୁ ପଡିବ । ଏଚ-୧ବି ଭିସା ବନ୍ଦ କରିବା ମୋ ଚିନ୍ତାଧାରା ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଜୋ ବାଇଡେନ” ଶାସନରେ, ଏହି ଭିସା ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଥିଲା ଯେଉଁଥିରେ କୌଣସି ନିୟନ୍ତ୍ରଣ ସୀମା ନଥିଲା । କିନ୍ତୁ ବାମପନ୍ଥୀମାନେ ଏଥିରେ ସୀମା ରଖିବାକୁ ଚାହାଁନ୍ତି, ଯାହାର କୌଣସି ପ୍ରତିବନ୍ଧକ ନାହିଁ । ପ୍ରବାସୀଙ୍କର ପରିସ୍ଥିତି କ’ଣ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ,  ସେମାନେ ଜଣେ ଅପରାଧୀ ହୋଇପାରନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ସେ କହିଥିଲେ । ଦକ୍ଷିଣପନ୍ଥୀଙ୍କର ଏକ ଧାରଣା ଅଛି ଯେ, ଅନ୍ୟ ଦେଶର ପ୍ରତିଭାବାନ ଲୋକମାନେ ସେମାନଙ୍କ ଚାକିରି ଛଡ଼ାଇ ନେଉଛନ୍ତି । ମୁଁ ଜାଣିନାହିଁ ଏହା କେତେ ବାସ୍ତବ । ମୋର ପର୍ଯ୍ୟବେକ୍ଷଣ ଯେ, ସର୍ବଦା ପ୍ରତିଭାବାନ ଲୋକଙ୍କ ଅଭାବ ରହୁଛି । କଷ୍ଟକର କାର୍ଯ୍ୟ କରିବା ପାଇଁ ଆମକୁ ଯଥେଷ୍ଟ ପ୍ରତିଭାବାନ ଲୋକ ଖୋଜିବାରେ ବହୁତ ଅସୁବିଧା ହେଉଛି, ତେଣୁ ଅଧିକ ପ୍ରତିଭାବାନ ଲୋକ ଆସିଲେ ଭଲ ।

- Advertisement -

ଏଚ-୧ବି ଭିସାର ଭାରତୀୟମାନେ ପ୍ରମୁଖ ଲାଭ ଉଠାନ୍ତି । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହା ସମାଲୋଚନାର ଶିକାର ହୋଇଛି । ଏହି ବର୍ଷ ଆରମ୍ଭରେ, ଯୁକ୍ତରାଷ୍ଟ୍ର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଲୋକପ୍ରିୟ ଏଚ-୧ବି ଭିସା କୁ ନେଇ କହିଛନ୍ତି ଯେ, ଏହା ଏକ ସ୍କାମ୍ ଯାହା ବିଦେଶୀ କର୍ମଚାରୀମାନଙ୍କୁ ଆମେରିକୀୟ ଚାକିରି ସୁଯୋଗ ପୂରଣ କରିବାକୁ ଦିଏ । ଆମେରିକା ପ୍ରଶାସନ ଭିସା କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି , ଯେଉଁଥିରେ ଭିସାକୁ ନେଇ ଲଟେରୀ ଆଧାରିତ ଆବଣ୍ଟନ ହେବ ବୋଲି ସୂଚନା ମିଳିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories