www.samajalive.in
Sunday, December 7, 2025
23.1 C
Bhubaneswar

ପାଣି ଭାବି ଏସିଡ୍‌ ପିଇଦେଲେ ୫ମ ଶ୍ରେଣୀ ଛାତ୍ରୀ, ହସ୍ପିଟାଲରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଥିବା ଘରୋଇ ବିଦ୍ୟାଳୟ ଦୀପ ଭାରତୀ ପବ୍ଲିକ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ମ​‌ ଶ୍ରେଣୀ ଛାତ୍ରୀ ଏସିଡ୍‌କୁ ପାଣି ଭାବି ପିଇଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାମ ସଞ୍ଜନା ଏବଂ ସେ ହର୍ଶ ବିହାର ଅଞ୍ଚଳରେ ପରିବାର ସହ ରୁହନ୍ତି। ପୁଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଥିବା ଡିସିପି ଅତୁଲ କୁମାର ଠାକୁର କହିଛନ୍ତି।

ପୁଲିସ ସୂଚନା ମୁତାବକ, ଜଣେ ଛାତ୍ରୀ ଘରୁ ପାଣି ବୋତଲ ଆଣିବା ବଦଳରେ ଭୁଲବଶତଃ ଉକ୍ତ ଏସିଡ ବୋତଲ ସ୍କୁଲକୁ ନେଇ ଆସିଥିଲେ। ଉକ୍ତ ବୋତଲଟି ସବୁଜ ରଙ୍ଗର ଏକ ମୃଦୁ ପାନୀୟ ବୋତଲ ଥିଲା। ସେଥିରେ ଶୌଚାଳୟ ସଫେଇରେ ବ୍ୟବହାର ହେଉଥିବା ଏସିଡ୍‌ ରଖାଯାଇଥିଲା। ବୋତଲଟି ସବୁଜ ରଙ୍ଗର ହୋଇଥିବାରୁ ସେଥିରେ ଏସିଡ୍‌ କି ପାଣି ଥିଲା ତାହା ଛାତ୍ରୀ ଜଣକ ଜାଣି ନ ପାରି ସ୍କୁଲ ଧରି ଚାଲିଆସିଥିଲେ। ତେବେ ମଧ୍ୟାହ୍ନ ସମୟରେ ସେ ସଞ୍ଜନାଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରିଥିଲେ। ଏହି ସମୟରେ ସଞ୍ଜନା ପାଣି ଭାବି ସମ୍ପୃକ୍ତ ଛାତ୍ରୀଙ୍କ ବୋତଲ ଖୋଲି ପିଇଦେଇଥିଲେ। ଏହାପରେ ତାଙ୍କ ତଣ୍ଟି ଏବଂ ପେଟ ଜଳାପୋଡ଼ା ହେବା ସହ ସେ ଚିତ୍କାର କରିଥିଲେ। ସ୍କୁଲ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଗୁରୁ ତେଜ ବାହାରଦୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories