www.samajalive.in
Sunday, December 7, 2025
18.1 C
Bhubaneswar

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ଜେଲ୍

ସମାଜ ଲାଇଭ ଡ଼େସ୍କ : ଏଣିକି ଦ୍ୱିତୀୟ ବିବାହ କଲେ ଆପଣ ୧୦ ବର୍ଷ କାରାଦଣ୍ଡ ଭୋଗିବେ । ଆସାମ ସରକାର ବହୁବିବାହ ବିରୋଧୀ ବିଲ୍ ଆଗତ କରିଛନ୍ତି ଯେଉଁଥିରେ ଦ୍ୱିତୀୟ ବିବାହ ପାଇଁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ୍ ବ୍ୟବସ୍ଥା ପ୍ରସ୍ତାବ କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଦିନ ଆସାମ ବିଧାନସଭାରେ ଉପସ୍ଥାପିତ ଏକ ବହୁବିବାହ ବିରୋଧୀ ବିଲ୍ ଆଗତ କରିଛନ୍ତି ।  ଯେଉଁଥିରେ  ପ୍ରଥମ ବିବାହ ବୈଧ ଥିବା ପର୍ଯ୍ୟନ୍ତ ଦ୍ୱିତୀୟ ବିବାହ କରିବାରେ କିମ୍ବା ଲୁଚି ରହିବା ପାଇଁ ଜେଲ୍ ଏବଂ ଭାରୀ ଜରିମାନା ବ୍ୟବସ୍ଥା କରାଯାଇଛି । ଆସାମ ବହୁବିବାହ ନିଷେଧ ବିଲ୍ – ୨୦୨୫ ଅନୁସାରେ ବହୁବିବାହକୁ ଏକ ଅପରାଧରେ ଗଣାଯିବ , ଯେଉଁଥିରେ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ବ୍ୟବସ୍ଥା ରହିଛି, ଏବଂ ଯଦି ଜଣେ ବ୍ୟକ୍ତି ପୂର୍ବ ବିବାହକୁ ଲୁଚାଇ ରଖନ୍ତି ତେବେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ପୁନରାବୃତ୍ତି ଅପରାଧୀଙ୍କ ପାଇଁ ଦଣ୍ଡ ଦ୍ୱିଗୁଣିତ ହେବ ବୋଲି ଦର୍ଶାଯାଇଛି । କେବଳ ଷଷ୍ଠ ଅନୁସୂଚୀ ମାନଙ୍କୁ ଛାଡି ଦେଲେ, ଏହି ଆଇନ ସାରା ରାଜ୍ୟରେ ପ୍ରଯୁଜ୍ୟ ହେବ ଏବଂ ସମ୍ବିଧାନର ଧାରା ୩୪୨ ଅନୁଯାୟୀ ଅନୁସୂଚିତ ଜନଜାତିର ଲୋକମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । ଆସାମରେ କିଛି ଜନଜାତି ପରମ୍ପରାଗତ ଆଇନ ଅନୁଯାୟୀ ବହୁବିବାହ କରନ୍ତି ।

ଏହି ବିଲ୍ , ବହୁବିବାହ ପ୍ରଥାକୁ ନିଷେଧ ବା ଦୂର କରିବା, ମହିଳାମାନଙ୍କୁ କଷ୍ଟରୁ ରକ୍ଷା କରିବା ଏବଂ ସମାଜକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ରଖିଛି । ଏଥିପାଇଁ ଅପରାଧୀକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା କରଯାଇଛି । ଆଇନର ବ୍ୟବସ୍ଥା ବିରୁଦ୍ଧରେ ଜାଣିଶୁଣି ଏବଂ ଇଚ୍ଛାକୃତ ଭାବରେ ବିବାହ କରୁଥିବା ଯେକୌଣସି ପୁରୋହିତ କିମ୍ବା କାଜିଙ୍କ ପାଇଁ ଜରିମାନା ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଅନ୍ୟାନ୍ୟ ସହାୟତାକାରୀଙ୍କ ପାଇଁ ମଧ୍ୟ ଦଣ୍ଡ ସ୍ଥିର କରାଯାଇଛି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories