www.samajalive.in
Sunday, December 7, 2025
26.1 C
Bhubaneswar

ପୁଲିସ ଏସ୍‌ଆଇ ନିଯୁକ୍ତି ଜାଲିଆତି ଘଟଣା ୪ ପରୀକ୍ଷାର୍ଥୀଙ୍କୁ ଜେରା କଲା ସିବିଆଇ

ଭୁବନେଶ୍ବର: ପୁଲିସ ସବ୍‌ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଅନିୟମିତତା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ଜୋରଦାର କରିଛି। ବ୍ରହ୍ମପୁର ପୁଲିସ ଦ୍ବାରା ଗିରଫ ହୋଇଥିବା ୪ ପରୀକ୍ଷାର୍ଥୀଙ୍କୁ ଜେରା କରିଛି ସିବିଆଇ। ଶୁକ୍ରବାର ଅପରାହ୍ଣରୁ ରାତି ୧୨ ପର୍ଯ୍ୟନ୍ତ ‌ସେମାନଙ୍କୁ ପଚରାଉଚରା କରିଛି। କିଭଳି ଡିଲ୍‌ ହୋଇଥିଲା ଓ କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା, ଏମିତି କିଛି ନୂଆ ତଥ୍ୟ ପ୍ରମାଣ ହାତେଇବାକୁ ସିବିଆଇ ଜେରା ଚଳାଇଛି।

ଏହି ମହାଦୁର୍ନୀତି ଲିଙ୍କ୍‌ରେ ଥିବା ୧୦ଜଣଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲା। ସେଥିମଧ୍ୟରୁ ୪ଜଣ ସିବିଆଇରେ ହାଜର ହୋଇ ପକ୍ଷ ରଖୁଛନ୍ତି। ଏହି ମାମଲା ସହ ପରୋକ୍ଷ-ପ୍ରତ୍ୟକ୍ଷ ଭ‌ାବେ ଜଡ଼ିତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ। ମୂଳରୁ ପୁଣି ତଦନ୍ତ କରି ଏହି ଷଡ଼ଯନ୍ତ୍ରରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହି ମାମଲାରେ ସନ୍ଦେହଘେରରେ ଥିବା ବ୍ୟକ୍ତିଙ୍କୁ ପର୍ଯ୍ୟାୟକ୍ରମେ ନୋଟିସ୍‌ କରାଯାଉଛି ଓ ସେମାନଙ୍କ ଭୂମିକା ବିଷୟରେ ତଦନ୍ତକାରୀ ଦଳ ପଚରାଉଚରା ଆରମ୍ଭ କରିଛି। ସିବିଆଇ ତଦନ୍ତ କରି ପୂରା ଘଟଣାର ଗୁମର ଖୋଲିବା ସହ ମହାଦୁର୍ନୀତିରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବ ବୋଲି ଆଶା କରାଯାଉଛି।

- Advertisement -

ଅନୁରୂପ ଭାବେ ଶଙ୍କର, ସୁରେଶ ନାୟକ, ଦଲାଲ ଅରବିନ୍ଦ ଦାସ ଓ ସାଗର ଗୌଡ଼ଙ୍କ ଜାମିନ ଆବେଦନକୁ ସିବିଆଇ ବିରୋଧ କରିବା ସହ ଏହି ମାମଲା ସିବିଆଇ ଅଦାଲତ ଭୁବନେଶ୍ବରକୁ ହସ୍ତାନ୍ତର ଲାଗି ପିଟିସନ ଦାଖଲ କରିଥିଲା। ସିବିଆଇ ଏକ ଦଳ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କଲକାତା, ହାଇଦରାବାଦ, ଛତିଶଗଡ଼, ଦିଲ୍ଲୀ ଓ ମୁମ୍ବଇର ଲିଙ୍କ୍ ନେଇ ତନାଘନା କରୁଛି। ଏହି ଜାଲିଆତିରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୧୨୬ଜଣଙ୍କୁ ଗିରଫ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories