www.samajalive.in
Tuesday, December 9, 2025
23.1 C
Bhubaneswar

ରାତିରେ ମଶା କାମୁଡିଲେ, ସେମାନଙ୍କୁ ମାରି ଶୋଇବି ନା କେତେ ମଶା ମାରିଲି ବସି ଗଣିବି: ଭି.କେ. ସିଂହ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ନେଇ ଏୟାର ଷ୍ଟ୍ରାଇକକୁ ନେଇ ରାଜନୀତି ଥମୁନାହିଁ। ସବୁ ରାଜନୈତିକ ଦଳ ଏଥିରୁ ଫାଇଦା ନେବାକୁ ଉଦ୍ୟମ ଚଳାଇଛନ୍ତି। ଏହା ମଧ୍ୟରେ ବିରୋଧୀମାନେ ଏୟାର ଷ୍ଟ୍ରାଇକ ଉପରେ ଅଶାଳୀନ ମନ୍ତବ୍ୟ ଦେବା ସହ ପ୍ରମାଣ ମାଗୁଛନ୍ତି। ସେହି ବିରୋଧୀମାନଙ୍କୁ ଜବାବ ଦେବାକୁ ଯାଇ କେନ୍ଦ୍ର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି.କେ. ସିଂହ କଟାକ୍ଷ କରି ଏକ ଟୁଇଟ୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ‘ରାତି ସାଢ଼େ ୩ଟାରେ ବହୁତ ମଶା ହେଲେ। ମୁଁ ସେମାନଙ୍କୁ ମାରିଲି। ଏହା ପରେ ମୁଁ ଆରାମରେ ଶୋଇବି ନା କେତେ ମଶା ମାରିଲି ବସି ଗଣିବି’ ?

ଏହା ସହ ସେ ବିରୋଧୀଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ଆଗକୁ ଯଦି ଭାରତ କେବେ ଏପରି ପଦକ୍ଷେପ ନେବ, ତା’ହେଲେ ବିରୋଧୀ ନେତାମାନଙ୍କୁ ବାୟୁସେନା ବିମାନରେ ବୋମା ସହିତ ଛାଡ଼ି ଦିଆଯିବ। ସେମାନେ ବୋମା ବିସ୍ଫୋରଣ ହେବା ପରେ କେତେ ଆତଙ୍କବାଦୀ ମଲେ ତାହାକୁ ଗଣି ଆସିବେ। ଯଦି ବିରୋଧୀମାନେ ଚାହିଁବେ ତା’ହେଲେ ମୃତଦେହ ଗଣିବାରେ ଏହା ଗୋଟିଏ ଉପାୟ ହେବ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories