www.samajalive.in
Sunday, December 7, 2025
26.1 C
Bhubaneswar

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଗିରଫ ହୋଇଥିବା ଅମୀର ଅଲ୍ଲୀ ଶେଖ, ଅମଲ କ୍ରିଷ୍ଣା ମଣ୍ଡଳ, ରଜନୀକାନ୍ତ ବେହେରା ଓରଫ ଗୋପୀ, ଅବଦୁଲ୍ଲ ସେୟାଦୁଲ୍ଲ ସୁଲେମନ୍‌, ଓମ୍‌ପ୍ରକାଶ ଚୌଧୁରୀ ଓ ପତ୍ନୀ ଜସ୍ମିନ୍‌ ଚୌଧୁରୀ, ସସ୍ମିତା ଦାଶ, ଶିବକୁମାର ଦୋରା ଓ ଫେରାର ୨ଜଣଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଏହି ନାବାଳିକାଙ୍କ ଘର ବାଂଲାଦେଶ ଢାକା ରାଜ୍ୟ ଗାଜିପୁର ଜିଲା। ତାଙ୍କୁ ଚାକିରି ଦେବା ଆଳରେ ଦଲାଲଙ୍କ ସହାୟତାରେ କଲକାତା ଅଣାଯାଇଥିଲା। ସେଠାରୁ ଓଡ଼ିଶା ଅଣାଯାଇ ଭୁବନେଶ୍ବର, କଟକ, ବାରିପଦା ଓ ବ୍ରହ୍ମପୁର ଭଳି ସହରରେ ଅନୈତିକ କାରବାରରେ ଦଲାଲ ଲଗାଇଥିଲେ। ଗତବର୍ଷ ନଭେମ୍ବରରେ ମଧୁପାଟଣା ଥାନା ପୁଲିସ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାର ତଦନ୍ତ କରି ୬ ଅଭିଯୁକ୍ତ ଗୋପୀ, ସୁଲେମାନ୍‌, ଓମ୍‌ପ୍ରକାଶ, ଜସ୍ମିନ୍‌, ସସ୍ମିତା ଓ ଶିବକୁମାରଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ। ଗିରଫ ୬ଜଣଙ୍କ ବିରୋଧରେ ପୋସ୍କୋ ଅଦାଲତରେ କମିସନରେଟ ପୁଲିସ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା। ମାତ୍ର ବଡ଼ଧରଣ ମାନବଚାଲାଣ ସୁରାକ ମିଳିବା ପରେ ତଦନ୍ତଭାର ନେଇଥିଲା ଏନ୍‌ଆଇଏ।

- Advertisement -

ଏନ୍‌ଆଇଏ ତଦନ୍ତ ଦାୟିତ୍ୱ ନେବା ପରେ କଲକାତା ଲିଙ୍କ୍‌ ଠାବ କରିଥିଲା। ଏହି ଲିଙ୍କ୍‌ରେ କଲକାତା ବନୋଗାଓଁ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। କଲକାତା ଦକ୍ଷିଣ ୨୪ ପ୍ରଗଣାର ୨ ଅଭିଯୁକ୍ତ ଅମୀର ଓ ଅମଲଙ୍କୁ ଗିରଫ କରିବା ସହ ବିପୁଳ ବାଂଲାଦେଶୀ, ଭାରତୀୟ ଓ ବିଦେଶୀ ଟଙ୍କା ଜବତ କରାଯାଇଥିଲା। ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଓ ଆର୍ଥିକ କାରବାରର ଯାଞ୍ଚ କରାଯାଇଥିଲା। ସେମାନଙ୍କ ଦୁଇ ସହଯୋଗୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ସେମାନେ ଫେରାର ରହିଥିବାରୁ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories