www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି ତହସିଲ ଗଠନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବର ତହସିଲକୁ ଭାଙ୍ଗି ଦୁଇଟି ଅତିରିକ୍ତ ତହସିଲ ଗଠନ କରାଯିବ। ସେହିପରି କଟକ ଓ ସମ୍ବଲପୁର ତହସିଲକୁ ଭାଙ୍ଗି ଗୋଟିଏ ଲେଖାଏଁ ଅତିରିକ୍ତ ତହସିଲ ଗଠନ କରାଯିବ। ଏନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଓ ସମ୍ବଲପୁର ଜିଲାପାଳଙ୍କୁ ପତ୍ର ଲେଖି ଦର୍ଶାଯାଇଛି ଯେ, ଉପରୋକ୍ତ ତହସିିଲ ଗୁଡ଼ିକ ଉପରେ କାର୍ଯ୍ୟଭାର ବୃଦ୍ଧି ପାଇବାରୁ ଠିକ୍ ସମୟରେ ଲୋକଙ୍କୁ ରାଜସ୍ବ ସେବା ପ୍ରଦାନ କରିବାରେ ସମସ୍ୟା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ତହସିଲ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ନୂଆ ତହସିଲ ଗଠନ ପାଇଁ ବିସ୍ତୃତ ପ୍ରସ୍ତାବ ଦାଖଲ କରିବା ସହ ନୂଆ ତହସିଲର ସ୍ଥାନ, ଆରଆଇ ସର୍କଲ, ପୁଲିସ ଥାନା ଆଦିର ବିବରଣୀ ଏହି ବିଭାଗକୁ ପଠାଇବାକୁ ହେବ। ପ୍ରସ୍ତାବ ଦାଖଲ ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣଙ୍କ ମତାମତ ନେବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories