ଭୁବନେଶ୍ଵର : ଚନ୍ଦକା କୁଜିମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିବାବେଳେ ଜଣେ ଯୁବକଙ୍କୁ ଧକ୍କା ଦେଇଛି। ଫଳରେ ଘଟଣାରେ ଯୁବକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକମାନେ ମୃତଦେହ ରଖି ଖୋର୍ଦ୍ଧା-ପିତାପଲ୍ଲୀ ଓ କଟକ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ଚନ୍ଦକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।
Popular Categories



