www.samajalive.in
Tuesday, December 9, 2025
17.1 C
Bhubaneswar

ବିଧାନସଭାରେ ଉଠିବ ଜୟ ଢୋଲକିଆ ଆଇପିଏସ୍‌ ହିମାଂଶୁ ଲାଲଙ୍କ ପାଦ ସ୍ପର୍ଶ ପ୍ରସଙ୍ଗ

ଭୁବନେଶ୍ଵର: ଜୟ ଢୋଲକିଆ ଆଇପିଏସ୍‌ ହିମାଂଶୁ ଲାଲଙ୍କ ପାଦ ସ୍ପର୍ଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ । ଜଣେ ପ୍ରାର୍ଥୀ ହୋଇ ସର୍ବସାଧାରଣରେ କାହିଁକି ସେ ଜଣେ ସରକାରୀ ଅଧିକାରୀଙ୍କ ପାଦ ଛୁଇଁଲେ କଂଗ୍ରେସ ଶୀତ ଅଧିବେଶନରେ ଉଠାଇବ। ହଠାତ୍ ବିନା କୌଣସି କାରଣରେ ଜଣେ ଆଇଜିଙ୍କୁ ନୂଆପଡ଼ା ଉପ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେବା ପଛର କାରଣ କଣ ଥିଲା। ସେଠାରେ ହିମାଂଶୁ ଲାଲ ନିଜ କଳ ବଳ କୌଶଳ ଲଗାଇ ଦେଇଥିଲେ। ତାଙ୍କ ଅଧିନରେ ଇଭିଏମ୍‌ ଥିଲା। ସେ ନୂଆପଡ଼ାର ଆଇନ ଶୃଙ୍ଖଳା ପରିସ୍ଥିତି ବୁଝୁଥିଲେ । ସେଥିପାଇଁ ଜୟ ହିମାଂଶୁଙ୍କ ପାଦ ଛୁଇଁ ଥିବା ତଥା ସେ ହିଁ ଜୟଙ୍କୁ ଜିତାଇ ଥିବା ଅନୁଭବ ହେଉଥିବା କହିଛନ୍ତି ଭକ୍ତ ଚରଣ ଦାସ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories