www.samajalive.in
Tuesday, December 9, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ଅଭିଯୁକ୍ତକୁ ୧୦ଦିନ ରିମାଣ୍ଡରେ ନେଲା ଏନଆଇଏ

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତକୁ ୧୦ ଦିନ ରିମାଣ୍ଡରେ ନେଇଛି ଏନଆଇଏ । ଦିଲ୍ଲୀ ଆତ୍ମଘାତି ବିସ୍ଫୋରଣର ମୁଖ୍ୟ ଆସାମୀ ଉମରର ସହଯୋଗୀ ରସିଦ ଅଲ୍ଲୀକୁ ୧୦ଦିନ ରିମାଣ୍ଡରେ ନେଇଛି ଜାତୀୟ ତଦନ୍ତକରି ସଂସ୍ଥା (ଏନଆଇଏ ) । ଆଜି ଦିଲ୍ଲୀ ପଟିଆଲା ଅଦାଲତରେ ଆସାମୀ ରସିଦ ଅଲ୍ଲୀକୁ ହାଜର କରାଇଥିଲା ଏନଆଇଏ । ଏହା ପରେ ଅଦାଲତରେ ରସିଦକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା ଏନଆଇଏ । ପରେ ଅଦାଲତ ରସିଦକୁ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଥିଲା ।

ଦିଲ୍ଲୀ ଆତ୍ମଘାତି ଘଟଣାରେ ଗତକାଲି ରସିଦକୁ ଦିଲ୍ଲୀରୁ  ଗିରଫ କରିଥିଲା ଏନଆଇଏ । ମିଳିଥିବା ସୂଚନା ଅନୁସାରେ ଆତ୍ମଘାତି ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ରସିଦ । ଦିଲ୍ଲୀ ଆସି କାର କିଣି ଆତଙ୍କୀ ଆକ୍ରମଣ ପାଇଁ ପୁରା ଯୋଜନା କରିଥିଲା । ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ସୁଭାଷ ମାର୍ଗ ସିଗନାଲରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ୨୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି, ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories