www.samajalive.in
Tuesday, December 9, 2025
15.1 C
Bhubaneswar

ପିଲାଙ୍କ ପାଇଁ ଆସୁଥିବା ଚାଉଳ ବାଟରେ ଉଭାନ

ଦେଓଗାଁ: ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ମାଗଣା ପାଠ ପଢ଼ାଇ ଖାଇବା ଦେବା ପାଇ ସରକାର ଯୋଗାଇ ଦେଇଥିବା ୬୦ କ୍ୟୁଣ୍ଟାଲ ଚାଉଳ ବୁଝେଇ ଗାଡ଼ି ବାଟରୁ ଗାୟବ ହୋଇଛି । ଏହି ଖବର ସମାଜ ରେ ଖବର ପ୍ରକାଶ ପାଇବା ଗୁଡ ଭେଳା ବ୍ଲକର ବେପାରୀ ଲାଲଙ୍କ ଠାରେ ବିକ୍ରି କରାଯାଇଥିବା ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। ଗତ ୧୧ ତାରିଖ ଦିନ କିରାଣୀ ସ୍ଵାଧୀନ ମେହେର ବଲାଙ୍ଗିର ସୋନପୁର ରାସ୍ତାରେ ଥିବା ଯୋଗାଣ ବିଭାଗର ଗୋଦାମରୁ ଚାଉଳ ଉଠାଣ କରିଥିଲେ। ହେଲେ ଏହି ଚାଉଳକୁ ବଡ଼ଙ୍ଗୋ ମୁଣ୍ଡାର ବେପାରୀ ଲାଲଙ୍କ ଠାରେ ବିକ୍ରି କରି ତାଙ୍କ ଗାଡ଼ିରେ କେବଳ ୨୨ବସ୍ତା ଚାଉଳ ବିଶ୍ଵ ଭାରତୀ ଶିକ୍ଷା ନିକେତନକୁ ଆସିଥିବା ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।
ରାସ୍ତା ଉପରେ ଲାଗିଥିବା ସିସି ଟିଭି କୁ ଦେଖି ଲେ ବାରି ହେଉଛି ଚାଉଳ ଚୋରା ଚାଲାଣ ଭିତିରି କଥା। ତେବେ ବଲାଙ୍ଗିର ଜିଲ୍ଲାର ଲାଲ ଚାଉଳ ବେପାରୀ ଜଣକ ତୁଷୁରାର କିଛି ମିଲରଙ୍କ ସହ ମିଶି ପିଡିଏସ ଚାଉଳ କଳା ବଜାରି କରି ରାଜ୍ୟ ବାହାର ବସ୍ତା ବଦଳ କରି ଚାଲାଣ କରିଥାନ୍ତି। ଯାହା ଫଳରେ ସେ ଶହ ଶହ ବସ୍ତା ଚାଉଳ ସିଧସଳଖ କିଣା ବିକା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ବଲାଙ୍ଗୀର ସାମାଜିକ ସୁରକ୍ଷା ବିଭାଗ ର ପାଖେ ପାଖେ କାମ କରୁଥିବା ନନ୍ଦୀଙ୍କ ମାୟାରେ ଚାଉଳ ଉଠି ବେପାର ହୋଇଥିବା ଚର୍ଚ୍ଚା ହେଉଛି।

ତେବେ ସାଳେପାଲିର ଏହି ଦିବ୍ୟାଙ୍ଗ ଅନୁଷ୍ଠାନରେ ୧୩୫ ଜଣ ଛାତ୍ର ଛାତ୍ରୀ ଥିବା ଦର୍ଶାଯାଇ ନଭେମ୍ୱର ଓ ଡିସେମ୍ବର ମାସର ୬୦ କୁଣ୍ଟାଲ ୭୫କେଜି ଚାଉଳ ଉଠାଣ ହୋଇଥିଲା ହେଲେ ୧୨ ତାରିଖ ଅପରାହ୍ନ ରେ ମାତ୍ର ୨୨ବସ୍ତା ଚାଉଳ ସ୍କୁଲ୍ କୁ ଆସିଥିବାରୁ ବାଟରେ ଚାଉଳ ବିକ୍ରି ହୋଇଥିବା ନେଇ ସନ୍ଧେହ ହୋଇଛି । ଏନେଇ ଖବର ପ୍ରଚାରିତ ହେବା ପରେ ଚାଉଳ କୁ ବିକ୍ରି କରିଥିବା ସାମଲ ବାବୁ ଙ୍କ ଅକଲ ଗୁଡୁମ୍ ହୋଇଯାଇଛି। ବାବୁ ଜଣ କୁ କଳା କୁ ଧଳା କରି ବା ରେ ସିଧ ହସ୍ତ ଥିବାରୁ ଧଳା ଚାଉଳ କୁ କଳା କରିଛନ୍ତି ବେଶ ଚତୁରତା ସହ । ଏନେଇ ସାମାଜିକ ସୁରକ୍ଷା ବିଭାଗ ପାଖରେ ପୂର୍ବ ରୁ ଅନେକ ଅଭିଯୋଗ ହୋଇଛି।

- Advertisement -

ହେଲେ ଅଧେ ଅଧେ କରି ରଫା ଦଫା କରୁଥିବାର ଲମ୍ବା ଅଭିଯୋଗ ରହିଛି।ଏନେଇ ବିଦ୍ୟାଳୟର ର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରିବାରୁ ମୋ ଅଜାଣତରେ ଉଠିଛି ରେ ଏ ବିଷୟରେ ମୁଁ କିଛି ଜାଣି ନାହିଁ ବୋଲି କହିଛନ୍ତି। ଏଣୁ ଏହି ଚାଉଳକୁ ନେଇ ଅଧିକ ଖୋଳ ତାଡ଼ କରିବାକୁ ସାଧାରଣରେ ଦାବୀ ହେଉଛି । ସେପଟେ ଚାଉଳ ବେପାରୀ ହାତ ରେ ଟେକି ଦେବା ନେଇ ଖବର ପ୍ରଚାରିତ ହେବା ପରେ ଆଶ୍ରମ ସ୍କୁଲ୍ ର ଚୋରା ଚାଉଳ ପଦା କୁ ଆସିବା ପରେ ପୂର୍ବ ରୁ ବିକ୍ରି ହୋଇଥିବା ଚାଉଳ ବେପାର କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଲାଲ ଙ୍କ ଗୋଦାମ ଯାଞ୍ଚ କରି ଲାଗି ଥିବା ସିସି ଟିଭି କୁ ଦେଖିଲେ ଚାଉଳ ବେପାର ର କଳା କାହାଣୀ ପଦାକୁ ଆଶିବ ବୋଲି ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories