ସମାଜ ନ୍ୟୁଜ ଡେସ୍କ- କୋଲକାତା ଇଡେନ ଗାର୍ଡେନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ । ଦୁଇ ଦିନରେ ୨୭ଟି ୱିକେଟର ପତନ ଘଟିଥିବା ବେଳେ କେବଳ ଦ୍ବିତୀୟ ଦିନରେ ପଡ଼ିଥିଲା ୧୬ଟି ୱିକେଟ୍ । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନ୍ ରେ ଅଲଆଉଟ ହୋଇଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୋଲ୍ ର ମଧ୍ୟ ଭାରତୀୟ ବ୍ୟାଟିଂକୁ ଧ୍ବସ୍ତ କରିଦେଇଥିଲେ । ମାତ୍ର ୧୮୯ ରନ୍ ରେ ସୀମିତ ରହିଥିଲା ।

ସେହିପରି ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୯୩ ରନ୍ ରେ ୭ ୱିକେଟ୍ ହରାଇ ସାରିଛି । ରବୀନ୍ଦ୍ର ଜାଡେଜାଙ୍କୁ ୪ ୱିକେଟ୍ ର ସଫଳତା ମିଳିଥିବା ବେଳେ କୁଲଦୀପଙ୍କୁ ୨ ଏବଂ ଅକ୍ସରଙ୍କ ଖାତାକୁ ଯାଇଛି ଗୋଟିଏ ୱିକେଟ୍ । ପ୍ରଥମ ଇନିଂସରେ ଧମାଲ କରିଛନ୍ତି ଷ୍ଟାର ବୋଲର ବୁମରା । ସର୍ବାଧିକ ୫ ୱିକେଟ ନେଇ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି ବୁମରା ।

ଆହୁରି ୩ ଦିନ ଖେଳ ବାକି ଥିବାବେଳେ ମାତ୍ର ୬୩ ରନ୍ ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ମ୍ୟାଚ ସମ୍ପୂର୍ଣ୍ଣ ଟିମ୍ ଇଣ୍ଡିଆ ହାତରେ ଥିବା ବେଳେ ଘରୋଇ ମାଟିରେ ବ୍ୟାଟିଂ ଲାଇନ ମାଟି କାମୁଡିବା ଏବେ ଚିନ୍ତାର କାରଣ । କାରଣ ଦୁଇ ଦିନ ଖେଳ ଶେଷ ସୁଦ୍ଧା ଉଭୟ ଦଳର କୌଣସି ବ୍ୟାଟର ୫୦ ରନ୍ ସ୍କୋର କରିପାରି ନାହାନ୍ତି ।



