www.samajalive.in
Wednesday, December 10, 2025
15.1 C
Bhubaneswar

ଦକ୍ଷତା ବିକାଶ ଓ ବନାଗ୍ନି ନିରାକରଣ ସଚେତନତା ଶିବିର

ପାଟଣା ୧୫।୧୧(ନିପ୍ର): ପାଟଣା ବ୍ଲକ ବଡପାଟଣା ଗ୍ରାମପଞ୍ଚାୟତର ପୁଟୁଳିଆଠାରେ ଆଜି ପୂର୍ବାହ୍ନରେ କେନ୍ଦୁଝର ବନଖଣ୍ଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ମିଳିତ ଉଦ୍ୟମରେ ଏକ ଦକ୍ଷତା ବିକାଶ ନିଯୁକ୍ତି ଶ୍ରମ କାର୍ଡ ତଥା ବନାଗ୍ନି ନିରାକରଣ ଓ ବନ୍ୟଜନ୍ତୁ ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ସଭାରେ ଗ୍ରାମପଞ୍ଚାୟତ ଅଧିନସ୍ଥ ୨ଟି ବନ ସୁରକ୍ଷା ସମିତି ପୁଟୁଳିଆ, ମାଧପୁର, ମଙ୍ଗଳପୁର, ଶିବନାରାୟଣପୁର, ଟିକରପଡା, ସାହାରପଷି, ଗୁଳୁଦିପଷି, ପାଟଣା, ଗ୍ରାମରୁ ପାଖାପାଖି ୫୦୦ ଉର୍ଦ୍ଧ୍ବ ଲୋକ ସମାଗମ ହୋଇଥିଲେ। ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। କେନ୍ଦୁଝର ଶ୍ରମ କାର୍ଯ୍ୟାଳୟରୁ ସହକାରୀ ଶ୍ରମ ଅଧିକାରୀ ଅମରେଶ କର ଓ ସହଯୋଗୀ ଚନ୍ଦ୍ରକାନ୍ତ ତ୍ରିପାଠୀ ଶ୍ରମ କାର୍ଡର ପଂଜୀକରଣ ଓ ସୁବିଧା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ।

କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟରୁ ନିର୍ମଳ କୁମାର ସାହୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବନାଗ୍ନି ନିବାରଣ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ସିଟିଟିସି ସେଣ୍ଟରରୁ ହାମ୍ବିର ମୁର୍ମୁ, ଆରତିପ୍ରିୟା ମହାନ୍ତ, ଜ୍ୟୋତି ଦାସ ସରକାରୀ ଉପଲବ୍ଧ ବିଭିନ୍ନ ମାଗଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କେନ୍ଦୁଝର ବନଖଣ୍ଡ ସମାଜବିତ୍ ଜୟପ୍ରକାଶ ପୃଷ୍ଟି, ପ୍ରକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା, ଟିମ୍ ଲିଡର ରଞ୍ଜିତ ପଲେଇ ଏବଂ ସ୍ଥାନୀୟ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ପାଖାପାଖି ୨୭୫ଟି ଶ୍ରମକାର୍ଡ ଓ ୨୨ଟି ଦକ୍ଷତା ବିକାଶ ପଂଜୀକରଣ ହୋଇଥିଲା। ଅତି ଶୀଘ୍ର ପଂଜୀକୃତ ଶ୍ରମକାର୍ଡ ଓ ଦକ୍ଷତା ବିକାଶ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଖାପାଖି ସମସ୍ତ ଗ୍ରାମ ପଞ୍ଚାୟତରେ ଏହିପରି ସଚେତନତା ଶିବିର ଆୟୋଜନ କରାଯାଇ ଶ୍ରମକାର୍ଡ ଓ ନିଯୁକ୍ତିର ସୁଯୋଗ ପହଞ୍ଚାଇବାକୁ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡ଼ି ଲକ୍ଷ୍ୟ ରଖିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories