www.samajalive.in
Monday, December 8, 2025
14.1 C
Bhubaneswar

ନୌଗାମ ପୁଲିସ୍ ଷ୍ଟେସନରେ ବିସ୍ଫୋରଣ ଏକ ଦୁର୍ଘଟଣା, କୌଣସି ଆତଙ୍କୀ ହମଲା ନୁହେଁ: ଡିଜିପି

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ । ଆଜି ଏକ ସାମ୍ନାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି , ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା ଥିଲା, କୌଣସି ଆତଙ୍କୀ ହମଲା ହୋଇନାହିଁ । ଫରିଦାବାଦରୁ ଜବତ ହୋଇଥିବା ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଖୋଲା ସ୍ଥାନରେ ରଖାଯାଇଥିଲା ।

ବିସ୍ଫୋରଣ ହେବା ସମୟରେ ଦୁଇ ଦିନ ଧରି ନମୁନା ପରୀକ୍ଷା ଚାଲିଥିଲା । ଏହି ଘଟଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ, ୨ କ୍ରାଇମସିନ ଫଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କର ମୃତ୍ୟୁ ହୋଇଛି ।
ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ମଧ୍ୟ ଜଳିଯାଇଛି । ବିସ୍ଫୋରଣରେ ପୋଲିସ ଷ୍ଟେସନ କୋଠା ଏବଂ ଆଖପାଖର ଘର ଏବଂ କୋଠାଗୁଡ଼ିକୁ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ବିସ୍ଫୋରଣର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ସରକାରୀ ତଦନ୍ତ ଆରମ୍ଭ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories