www.samajalive.in
Sunday, December 7, 2025
26.1 C
Bhubaneswar

୮ରୁ ୬ଟି ସ୍ଥାନରେ ହାରିଲା ବିଜେପି

ସମାଜ ଲାଉଭ ଡେସ୍କ : ଉପନିର୍ବାଚନରେ ୬ଟି ସ୍ଥାନରେ ଭାରତୀୟ ଜନତା ପାର୍ଟିର ପରାଜୟ ହୋଇଛି । ଆଜି ବିହାର ନିର୍ବାଚନ ସହ ଓଡ଼ିଶା ସମେତ ୭ଟି ରାଜ୍ୟର ୮ଟି ଉପନିର୍ବାଚନର ଭୋଟ୍‌ ଗଣତି ଥିଲା । ଉପନିର୍ବାଚନର ଫଳାଫଳ ମଧ୍ୟ ବାହାରି ସରିଛି । ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ସମସ୍ତ ୮ଟି ଆସନରେ ଲଢ଼ିଥିଲା । କିନ୍ତୁ ୮ଟି ଆସନରୁ ମାତ୍ର ୨ଟି ଆସନରେ ବିଜେପିର ବିଜୟ ହୋଇଛି । ଓଡ଼ିଶାର ନୂଆପଡ଼ା ସହ ଜାମ୍ମୁ-କାଶ୍ମୀରର ବୁଡ଼ଗାଁ ଓ ନଗ୍ରୋତା , ରାଜସ୍ଥାନର ଆଣ୍ଟା , ଝାଡ଼ଖଣ୍ଡର ଘଟସିଲା , ମିଜୋରାମର ଡାମ୍ପା , ପଞ୍ଜାବର ତରନ ତାରନ , ତେଲେଙ୍ଗାନାର ଜୁବିଲି ହିଲ୍ସ ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା । ଉପନିର୍ବାଚନ ପାଇଁ ସମସ୍ତ ଆସନରେ ବିଜେପି ଲଢ଼ିଥିଲା । କିନ୍ତୁ କେବଳ ଓଡ଼ିଶାର ନୂଆପଡ଼ା ଓ ଜାମ୍ମୁ-କାଶ୍ମୀରର ନଗ୍ରୋତା ଆସନରେ ବିଜେପି ବିଜୟ ହୋଇଛି । ନୂଆପଡ଼ାରେ ବିଜେପି ପ୍ରାର୍ଥି ଜୟ ଢ଼ୋଲକିଆ ଓ ନଗ୍ରୋତାରେ ବିଜେପି ପ୍ରାର୍ଥିନୀ ଦିବ୍ୟାନି ରାନା ବିଜୟୀ ହୋଇଛନ୍ତି । ବାକି ସମସ୍ତ ଆସନରେ ବିଜେପି ପ୍ରାର୍ଥି ପରାସ୍ତ ହୋଇଛନ୍ତି । ସେହିପରି ଆଣ୍ଟା ଓ ଜୁବିଲି ହିଲ୍ସରେ କଂଗ୍ରେସ ବିଜୟୀ ହୋଇଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories