www.samajalive.in
Sunday, December 7, 2025
26.1 C
Bhubaneswar

କାଲି ଭୋଟ ଗଣତି, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ୍‌

ସମାଜଲାଇଭ ଡେସ୍କ: ଶୁକ୍ରବାର ହେବ ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି। ନୂଆପଡ଼ାର ନୂଆ ନେତା କିଏ ହେବ ତାହା ଜାଣିବା ଲାଗି ରାଜ୍ୟବାସୀ ପ୍ରତୀକ୍ଷା କରି ରହିଛନ୍ତି। ତେବେ ଭୋଟ ଗଣତି ପୂର୍ବରୁ ଇଭିଏମ ରଖାଯାଇଥିବା ଷ୍ଟ୍ରଙ୍ଗରୁମକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଷ୍ଟ୍ରଙ୍ଗରୁମ ବାହାରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଷ୍ଟ୍ରଙ୍ଗରୁମ ସୁରକ୍ଷା ନେଇ ଏସପି ସମୀକ୍ଷା କରିବା ସମୟରେ ଏହି ତଥ୍ୟ ଦିଆଯାଇଛି।

ଷ୍ଟ୍ରଙ୍ଗରୁମ ସୁରକ୍ଷା ପାଇଁ ଦୁଇ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି। ଅଧିକୃତ ଓ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ହିଁ ପ୍ରବେଶ କରିପାରିବେ। ଭିତରକୁ ପ୍ରବେଶ ପୂର୍ବରୁ ୩ଟି ସ୍ଥାନରେ ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀ ବୃଦ୍ଧି କରାଯିବ ବୋଲି ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚଳିତ ଥର ଐତିହାସିକ ୮୩.୪୫% ଭୋଟିଂ ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories