www.samajalive.in
Sunday, December 7, 2025
23.1 C
Bhubaneswar

ଧାନ ଜମିରେ ପଶିଲା କେନାଲ ପାଣି , ଗଜା ହେଲା ଧାନ : ଚିନ୍ତା ରେ ଚାଷୀ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ତିନୋଟି ପଂଚାୟତର ୮ଟି ଗ୍ରାମର ଚାଷୀ ମାନଙ୍କ ଜମିରେ ହୀରାଧାର ବାଟି କେନାଲ ପାଣି ବର୍ତମାନ ଛଡା ଯିବା ଫଳରେ ପାଚିଲା ଧାନ ଏବେ ଜମିରେ ଗଜା ପାଲଟିଛି ।  ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି ।     ଧାନ ଅମଳ କରି ଚାଷୀ ଘରକୁ ଆଣିବା ସମୟରେରେ ତାହା ନଷ୍ଟ ହେବାକୁ ଯାଉଛି ।   ଜାହାକି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିବା ସଦୃଶ୍ୟ ହୋଇଛି ।   ଏହି ସମସ୍ୟା ଏବେ ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଛି l ଅନ୍ୟ ପଟେ ଏନେଇ କୃଷି ଅଧିକାରୀ ସମସ୍ୟା ସମାଧାନ କରିବା ଦୂରର କଥା କୃଷି କ୍ଷେତ୍ରକୁ ଦେଖିବାକୁ ମଧ୍ୟ୍ୟ ଯାଉନାହାନ୍ତି ।  ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି ।   ସେହିପରି କେନାଲରେ ପାଣି ଛାଡୁ ଥିବା ଋଷିକୂଲ୍ୟା ଜଳ ସେଚନ ଉପ ବିଭାଗ ହୁମାର କନିଷ୍ଠ ଯନ୍ତ୍ରୀ ଏନେଇ ଯୋଗାଯୋଗ ବେଳେ ସେ କହିଛନ୍ତି ପନ୍ଦର ତାରିଖ ପର୍ଯ୍ୟନ୍ତ ପାଣି ଛଡ଼ାଯିବ ନେଇ ଷ୍ଟାଣ୍ଡିଙ୍ଗ ଆଦେଶ ରହିଛି ବୋଲି କହିଥିଲେ । ତାପରେ ବନ୍ଦ କରାଯିବ ବୋଲି କହିଥିଲେ ।  ସୂଚନା ଯୋଗ୍ୟ ଯେ ଅକ୍ଟୋବର ମାସରେ ବାତ୍ୟା ମୋନ୍ଥାର ପ୍ରଭାବରେ ବର୍ଷା, ପବନ ଯୋଗୁଁ କିଛି ମାତ୍ର ରେ ନଷ୍ଟ ହୋଇଥିଲା । ବଳକା ସେଥିରୁ କିଛି ପାଇବା ପାଇଁ ଚାଷୀ ଆଶା ବାନ୍ଧି ଥିବା ବେଳେ ବର୍ତମାନ କେନାଲରେ ପାଣି ଛଡା ଯିବା ଫଳରେ ତାହା ଏବେ ଚାଷୀଙ୍କ ସମସ୍ୟାକୁ ଦିଗୁଣିତ କରିଦେଇଛି । ପାଳିବନ୍ଧ, ହୁମା, ଓ ରାମଗଡ଼ ପଂଚାୟତ ବିଭିନ୍ନ ଗ୍ରାମ ଯଥା ହୁମା ଗ୍ରାମ, ଖଟୁଆକୁଦା, କଣ୍ଟିଆଗଡ଼, ପୋଡାଗଡ଼, ଝାଟିପଦର, ବରପଲ୍ଲୀ, ରଘୁନାଥପୁର, ନୀଳାଦ୍ରିପୁର  ଗ୍ରାମର ଚାଷୀ  ବର୍ତମାନ ଘୋର ଅସୁବିଧାରେ ରହିଛନ୍ତି ।  ଧାନ ଫସଲ କାଟି ଘରକୁ ଆଣିବା ସମୟରେ ବର୍ତମାନ ହୀରାଧାର ବାଟି କେନାଲରେ ପାଣି ଆସୁଥିବା ଯୋଗୁଁ ପାଣି ପଶି ପାଚିଲା ଧାନ ବିଲରେ ଗଜା ହୋଇଯାଇଛି ।  ଫଳରେ ଚାଷୀ ମାନେ ବ୍ୟାପକ କ୍ଷତି ହୋଇଛି ।
ଏବେ ଶହ ଶହ ହେକ୍ଟର ଚାଷ ଜମିରବ ପାଣି ଜମି ରହିଥିବା ବେଳେ ଚିନ୍ତା ଘାରିଛି ଚାଷୀଙ୍କୁ  । କଣ କରିବେ ଚାଷୀ ତାହା ଏବେ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ।  ପ୍ରଶାସନ ଦୃଷ୍ଟି ଦେଇ ଚାଷୀ ଆବଶ୍ୟକ କ୍ଷତି ପୂରଣ ଦେବାକୁ ଦାବୀ ହେଉଛି l

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories