www.samajalive.in
Sunday, December 7, 2025
16.1 C
Bhubaneswar

ପୁଅ ବିଦେଶରୁ ଫେରିଲେ ଶ୍ମଶାନ ଯିବ ମା’ -୩ ଦିନ ହେଲା ପଡ଼ିରହିଛି ମୃତଦେହ, ସ୍ବାମୀ କଲେନି ସତ୍କାର 

ବାଲେଶ୍ବର ): ମହିଳାଙ୍କ ମୃତ୍ୟୁର ୩ ଦିନ ବିତିଲା, ଶବ ସତ୍କାର ନୋହିଲା। କିଛି ବର୍ଷ ତଳେ ପତ୍ନୀଙ୍କ ଠାରୁ ଅଲଗା ରହୁଥିବା ସ୍ବାମୀ ମୃତ୍ୟୁ ଖବର ପାଇ ଦେଖିବାକୁ ଆସିଲେ ସତ; ମାତ୍ର ଅନ୍ତିମ ସତ୍କାର କଥା ବୁଝିବାକୁ ମନାକଲେ। ସ୍ବାମୀ ଜଣକ ପଳାଉଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ଘଟଣା ଥାନାରେ ପହଞ୍ଚିବା ପରେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାଙ୍କ ପାଖରେ ଆଉ କେହି ନଥିବାବେଳେ କାନାଡ଼ାରେ ରହୁଥିବା ପୁଅ-ବୋହୁ ଫେରିଲେ ଶବ ସତ୍କାର ହେବ ବୋଲି ଜଣାପଡ଼ିଛି। ବାଲେଶ୍ବର ସହର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳରେ ଏଭଳି ଅମାନବୀୟ ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଛି।

ସୂଚନା ଅନୁସାରେ, ସୋମବାର ୧୦ ତାରିଖ ଭୋର ସମୟରେ ସୃଷ୍ଟିଧର ଦେଙ୍କ ପତ୍ନୀ ଛବିରାଣୀ(୭୫)ଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ଜଣେ ମହିଳାଙ୍କ ସହ ସୃ​‌ଷ୍ଟିଧର ପହଞ୍ଚି ପତ୍ନୀଙ୍କ ମର ଶରୀରକୁ ଦେଖି ନୀରବରେ ସ୍ଥାନ ଛାଡ଼ି ଥିଲେ। ଏହି ସମୟରେ ନାଟକୀୟ ଦୃଶ୍ୟ ଆରମ୍ଭ ହୋଇଥିଲା। ମହିଳାଙ୍କ ପଡ଼ୋଶୀ ସ୍ୱାମୀ ସୃଷ୍ଟିଧର ଓ ତାଙ୍କ ସହ ଆସିଥିବା ମହିଳାଙ୍କୁ ଅଟକ ରଖି ପତ୍ନୀଙ୍କ ଅନ୍ତିମ ସଂସ୍କାର କରିବାକୁ ଜିଦ୍‌ ଧରିଥିଲେ। ବୃଦ୍ଧ ସୃଷ୍ଟିଧରଙ୍କ ସହ ଆସିଥିବା ମହିଳା ଥାନାରେ ଖବର ଦେବାରୁ ପ୍ରଥମ ଦିନ ପିସିଆର ଭ୍ୟାନରେ ପୁଲିସ ଓ ମଙ୍ଗଳବାର ସହଦେବଖୁଣ୍ଟା ଥାନା ପୁଲିସ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। ପୁଅ-ବୋହୂ କାନାଡ଼ାରୁ ଆଗାମୀ ୧୪ ତାରିଖରେ ଫେରିଲେ ଅନ୍ତେଷ୍ଟିକ୍ରିୟା ହେବ ବୋଲି ଗ୍ରାମବାସୀ କହିଛନ୍ତି।

- Advertisement -

ପ୍ରକାଶ ଥାଉକି, ୧୯୭୭ ମସିହାରେ ବାଲିଆପାଳ ଥାନା ପାରୁଳିଆ ଗାଁର ଛବିରାଣୀଙ୍କୁ ବସ୍ତା ଥାନା ଅନ୍ତର୍ଗତ ରାଜୁଆଡ଼ି ଗାଁର ସୃଷ୍ଟିଧର ବିବାହ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୟୁକୋ ବ୍ୟାଙ୍କରେ ଚାକିରି କରିଥିବା ସୃଷ୍ଟିଧର ଓ ଛବିରାଣୀ ୪୨ ବର୍ଷ ଏକାଠି ଘର ସଂସ୍କାର କରିଥିଲେ। ପୁଅ, ଝିଅଙ୍କ ସହ ସେମାନେ ଅରଡ଼ବଜାରରେ ଘର କରି ରହିଥିଲେ। ପୁଅ ସଞ୍ଜୀବ ଚାକରି କରିବା ପରେ ବିଦେଶ ଚାଲି ଯାଇଥିଲା। ସେଠାରେ ସେ ରହୁଥିବାବେଳେ କନ୍ୟା କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ। ଝିଅର ମୃତ୍ୟୁ ପରେ ଛବିରାଣୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତେବେ ସ୍ବାମୀ ସୃଷ୍ଟିଧର ପତ୍ନୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ପୁଅ-ବୋହୂ ବିଦେଶରେ ଥିବାବେଳେ ଝିଅର ଅକାଳ ମୃତ୍ୟୁ ଏବଂ ସ୍ୱାମୀଙ୍କ ଦ୍ୱାରା ଅଲୋଡ଼ା ହୋଇ ମହିଳା ଜଣଙ୍କ ଘରେ ଏକାକୀ ରହୁଥିଲେ

ତେବେ ଧର୍ମପତ୍ନୀଙ୍କ ମୃତାହ କର୍ମ ନକରି ସ୍ଥାନ ଛାଡ଼ି ଅଜଣା ମହିଳାଙ୍କ ସହ ଫେରିଯିବାକୁ ଉଦ୍ୟମ କରିବା ଘଟଣାକୁ ନେଇ ଛବିରାଣୀଙ୍କ ପଡୋଶୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୃଷ୍ଟିଧର ପ୍ରାୟ ପାଞ୍ଚ ବର୍ଷ ହେଲା ପତ୍ନୀଙ୍କ ପାଖକୁ ଆସୁ ନଥିବା କହିଛନ୍ତି। ସେ ତାଙ୍କୁ ଛାଡ଼ିଦେଇଥିବାରୁ ସତ୍କାର କରିବେ ନାହିଁ ବୋଲି ଗ୍ରାମବାସୀଙ୍କୁ କହିଥଲେ। ତେବେ ଗ୍ରାମବାସୀ ମହିଳାଙ୍କ ମୃତ୍ୟୁ ପରେ ମର ଶରୀରକୁ ଭଡ଼ା ସୂତ୍ରରେ ଏକ ଫ୍ରିଜ୍‌ ଆଣି ମହିଳାଙ୍କ ମୃତ ଶରୀରକୁ ଅରଡ଼ ବଜାରସ୍ଥିତ ଘରେ ରଖି ସ୍ୱାମୀ ସୃଷ୍ଟିଧରଙ୍କୁ ଜଗିଛନ୍ତି। ପୁଅ-ବୋହୂ ଫେରିଲେ ଅନ୍ତିମ ସଂସ୍କାର କରାଯିବ ବୋଲି କୁହାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories