www.samajalive.in
Wednesday, December 10, 2025
15.1 C
Bhubaneswar

ବିହାର ମତଦାନ ଭାଙ୍ଗିଲା ରେକର୍ଡ, ସନ୍ଧ୍ୟା ୫ ସୁଦ୍ଧା ୬୭.୧୪ ପ୍ରତିଶତ ଭୋଟିଂ

ପାଟଣା: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ବିହାର ନୂଆ ରେକର୍ଡ କରିଛି। ୩ଟା ସୁଦ୍ଧା ଭୋଟିଂରେ ଆକଳନ ୬୦ ପ୍ରତିଶତ ଉପରକୁ ଚାଲିଯାଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ୬୨.୫୭ ପ୍ରତିଶତ ମତଦାନ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ୬୪.୬ ପ୍ରତିଶତ ମତଦାନ ହୋଇଥିଲା। ଯଦି ଦେଖାଯାଏ ତେବେ ବିହାରରେ ସର୍ବାଧିକ ଭୋଟିଂର ରେକର୍ଡ ୧୯୯୮ ଲୋକସଭା ନିର୍ବାଚନରେ ହୋଇଥିଲା। ତେବେ ଚଳିତ ବିଧାନସଭା ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭.୧୪ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୩ କୋଟି ୭୦ ଲକ୍ଷରୁ ଅଧିକ ମତଦାତା ୧୨୨ ଆସନରେ ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ଇଭିଏମରେ କଏଦ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୪୫,୩୯୯ ମତଦାନ କେନ୍ଦ୍ରରେ ଭୋଟ ଦିଆଯାଇଛି ଯେଉଁଥିରୁ ୪୦,୦୭୩ ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ରହିଥିଲା। ମୋଟ ମତଦାତାଙ୍କ ମଧ୍ୟରେ କେବଳ ୧.୭୫ କୋଟି ମହିଳା ଭୋଟର ସାମିଲ ଥିଲେ। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ପାଇଁ ମତଦାନ ହୋଇଥିଲା ଯେଉଁଥିରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories