www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ; ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଶନିବାର ବ୍ରିସବେନର ଗାବାରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ଶୃଙ୍ଖଳା ହାତେଇବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଘରୋଇ ଅଷ୍ଟ୍ରେଲିଆ ଶୃଙ୍ଖଳା ବଞ୍ଚାଇବାକୁ ପ୍ରୟାସ କରିବ।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏବେ ସୁଦ୍ଧା ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ଭାରତ ଶୃଙ୍ଖଳା ପରାଜୟକୁ ଏଡାଇ ସାରିଥିବାରୁ ସୁବିଧାଜନକ ସ୍ଥିତିରେ ରହିଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିବାବେଳେ ଦ୍ବିତୀୟ ମ୍ୟାଚକୁ ଅଷ୍ଟ୍ରେଲିଆ ୪ ୱିକେଟରେ ଜିତିଥିଲା। ତୃତୀୟ ମ୍ୟାଚକୁ ଭାରତ ୫ ୱିକେଟରେ ଜିତି ଶୃଙ୍ଖଳାକୁ ଫେରିଥିଲା। ଚତୁର୍ଥ ମ୍ୟାଚରେ ଭାରତ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଘରୋଇ ଦଳକୁ ୪୮ରନରେ ପରାସ୍ତ କରିଥିଲା। ବ୍ୟାଟିଂରେ ଦୁଇ ଭାରତୀୟ ଓପନର ଅଭିଷେକ ଶର୍ମା ୪ଟି ଇନିଂସରୁ ସର୍ବାଧିକ ୧୪୦ ଓ ଶୁଭମନ ଗିଲ୍‌ ୧୦୩ରନ କରିଛନ୍ତି।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଆଶାଜନକ ପ୍ରଦର୍ଶନ କରିପାରିନାହାନ୍ତି । ସୂର୍ଯ୍ୟ ୪ଟି ଇନିଂସରୁ ୮୪ ଓ ତିଳକ ୩୪ରନ କରିଛନ୍ତି। ଜିତେଶ ଶର୍ମା ୨ଟି ଇନିଂସରୁ ୨୫ରନ କରିଛନ୍ତି। ଅଲରାଉଣ୍ଡର ଭାବେ ଖେଳୁଥିବା ଅକ୍ଷର ପଟେଲ ୪୫, ୱାଶିଂଟନ ସୁନ୍ଦର ୬୧ ଓ ଶିଭମ ଦୁବେ ୨୬ରନ କରି ବ୍ୟାଟିଂ ବିଭାଗକୁ ସମ୍ଭାଳିଛନ୍ତି। ଶେଷ ମ୍ୟାଚରେ ଭାରତକୁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବିଶେଷ କରି ସୂର୍ଯ୍ୟକୁମାର, ତିଳକ ଓ ଜିତେଶଙ୍କୁ ବଡ ଇନିଂସ ଖେଳିବାର ଆବଶ୍ୟକତ​‌ା ରହିଛି। ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ୫ଟି, ଅର୍ଶଦୀପ ସିଂହ ୪ଟି, ୱାଶିଂଟନ ସୁନ୍ଦର ୩ଟି, ଯଶପ୍ରୀତ ବୁମରା ୩ଟି, ଶିଭମ ଦୁବେ ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭାରତୀୟ ଖେଳାଳିଙ୍କ ସନ୍ତୁଳିତ ପ୍ରଦର୍ଶନ ରହିଛି। ଶେଷ ମ୍ୟାଚରେ ଭାରତ ବିନା ପରିବର୍ତ୍ତନରେ ଖେଳିବାର ଆଶା କରାଯାଉଛି।

ଅନ୍ୟପକ୍ଷରେ କ୍ରମାଗତ ଦୁଇଟି ମ୍ୟାଚ​‌େ​‌ର ପରାଜିତ ହୋଇଥିବା ଘରୋଇ ଅଷ୍ଟ୍ରେଲିଆ ଶେଷ ମ୍ୟାଚକୁ ଜିତି ଶୃଙ୍ଖଳା ପରାଜୟରୁ ରକ୍ଷା ପାଇବାକୁ ଚେଷ୍ଟା କରିବ। ଦଳ ଶେଷ ମ୍ୟାଚ​‌େ​‌ର ବ୍ୟାଟିଂ ବିପର୍ଯ୍ୟୟ ଭୋଗି ପରାଜିତ ହୋଇଥିଲା। ଅଧିନାୟକ ମିଚେଲ ମାର୍ଶ, ମାଥ୍ୟୁ ସର୍ଟ, ଜୋଶ ଇଙ୍ଗଲିଶ, ଟିମ୍‌ ଡେଭିଡ୍‌, ଜୋଶ ଫିଲିପ୍ସ, ମାର୍କୋସ ଷ୍ଟୋଇନିସ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ମ୍ୟାକ୍ସୱେଲ ଚତୁର୍ଥ ଟ୍ବେଣ୍ଟି୨୦ ପାଇଁ ଦଳକୁ ଫେରିଥିଲେ ମଧ୍ୟ ମାତ୍ର ୨ରନ କରି ଆଉଟ୍‌ ହୋଇଥିଲେ। ଟ୍ରେଭିସ ହେଡ୍‌ ଶେଷ ମ୍ୟାଚରେ ଖେଳିନଥିବାବେଳେ ଅନ୍ତିମ ମ୍ୟାଚ ଖେଳିବା ନେଇ ଆଶା କରାଯାଉଛି। ବୋଲିଂରେ ନାଥନ ଏଲିଶ ୯ଟି ୱିକେଟ ନେଇ ଭଲ ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଡାମ ଜାମ୍ପା,ଜାଭିୟର ବାର୍ଟଲେଟ ଭଲ ପ୍ରଦର୍ଶନ କରୁଛନ୍ତି। ଘରୋଇ ଦଳ ବ୍ୟାଟିଂ ଓ ବୋଲିଂକୁ ସୁଧାରି ମ୍ୟାଚ ଜିତି ଶୃଙ୍ଖଳା ବରାବର କରିବାକୁ ଆଶା ରଖିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories