www.samajalive.in
Sunday, December 7, 2025
13.1 C
Bhubaneswar

ବିଜେପି ୱେବସାଇଟ୍‌ ହ୍ୟାକ୍‌; ଏଞ୍ଜେଲା ମର୍କେଲଙ୍କ ସହ ମୋଦୀଙ୍କ ଫଟୋ ପୋଷ୍ଟ କଲେ ହ୍ୟାକର

ନୂଆଦିଲ୍ଲୀ: ବିଜେପି ୱେବସାଇଟ୍‌ bjp.org ହ୍ୟାକ୍‌ ହୋଇଛି। ମଙ୍ଗଳବାର ସକାଳେ କେହି ହ୍ୟାକର ଏହାକୁ ହ୍ୟାକ୍‌ କରିଛନ୍ତି। ଏହାପରେ ହ୍ୟାକର ଜର୍ମାନୀ ଚାନସେଲର ଏଞ୍ଜେଲା ମର୍କେଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କେତେକ ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ୱେବସାଇଟରେ ଅଶାଳୀନ ଶବ୍ଦରେ କେତେକ ମନ୍ତବ୍ୟ ଦିଆଯାଇଛି। ସୋସିଆଲ ମିଡିଆ ଟୁଇଟରରେ ଏଭଳି କେତେକ ସ୍କ୍ରିନଶଟ୍‌ ଫଟୋ ଦେଖିବାକୁ ମିଳିଛି। କିନ୍ତୁ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଉକ୍ତ ୱେବସାଇଟ୍‌କୁ ଖୋଲିବାକୁ ଉଦ୍ୟମ କରାଗଲେ ମଧ୍ୟ ତାହା ଖୋଲୁନାହିଁ।

ବିଜେପି ୱେବସାଇଟ୍‌ ଦେଶର ସବୁଠାରୁ ବ୍ୟସ୍ତବହୁଳ ୱେବସାଇଟରୁ ଗୋଟିଏ। ଏଥିରେ ଦଳର ଇତିହାସ, ଦଳର ନେତା, ରାଜ୍ୟର ସରକାର ଏବଂ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି। ଅନ୍ୟପଟେ ଏହା ଜଣାପଡ଼ିବା ପରେ କଂଗ୍ରେସ ମଧ୍ୟ ବିଜେପିର ମଜାକ ଉଡ଼ାଇଛି। କଂଗ୍ରେସ ଆଇଟି ସେଲ ପ୍ରମୁଖ ଦିୟା ସ୍ପନ୍ଦନା ଏ ସମ୍ପର୍କରେ ଟୁଇଟ୍‌ କରି ଲେଖିଛନ୍ତି, ‘ଭାଇ ଏବଂ ଭଉଣୀମାନେ ଯଦି ଆପଣମାନେ ଏବେ ବିଜେପି ୱେବସାଇଟ ଦେଖିନାହାନ୍ତି, ତା’ହେଲେ ଆପଣ ସତରେ କିଛି ମିସ୍‌ କରୁଛନ୍ତି।’

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories