www.samajalive.in
Sunday, December 7, 2025
13.1 C
Bhubaneswar

ଏକତରଫା ପ୍ରେମ: ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟିଦେଲେ ଯୁବକ

ବାସୁଦେବପୁର: ବାସୁଦେବପୁର ଥାନା ଅଧୀନ ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନୈକା ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଅଭିଯୁକ୍ତ ଜଣକ ବିଷ୍ଣୁବିନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ରାଜେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆକ୍ରମଣକାରୀ ଯୁବକ ଜଣକ ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରୁଥିଲା। ନାବାଳିକାଙ୍କ ବାପା ଏହାକୁ ବିରୋଧ କରିଆସୁଥିଲେ। ବୁଧବାର ପୂର୍ବାହ୍ନରେ ରାଜେନ୍ଦ୍ର ଏ ନେଇ ଉକ୍ତ ଯୁବକଙ୍କୁ ପଚାରିବାରୁ ସେ ଏକ ଧାରୁଆ ଛୁରିରେ ତାଙ୍କ ତଣ୍ଟି କାଟି ଦେଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ବାସୁଦେବପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories