www.samajalive.in
Monday, December 8, 2025
14.1 C
Bhubaneswar

ଆଇନଜୀବୀ ପୀତବାସ ପଣ୍ଡା ମାମଲା: ରିମାଣ୍ଡରେ ଗଲେ ଉମା ଓ କୁରୁପତି

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୁଲିସ । ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରି ହତ୍ୟାକାଣ୍ଡର ସତ ଓଗାଳିବାକୁ ପ୍ରୟାସ କରୁଛି ପୁଲିସ ଟିମ୍‌ । ଏହାସହ ଏହି ମାମଲାରେ ପୂର୍ବରୁ ଜେଲରେ ଥିବା ଅପରାଧୀ ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କୁ ରିମାଣ୍ଡରେ ନେଇ ଏକାଠି ଜେରା କରିବ ପୁଲିସ । ଗତକାଲି ଉମା ଓ କୁରୁପତି ଭୂୟାଁଙ୍କୁ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ପରେ ଦୁଇ ଜଣଙ୍କୁ ୪ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁଲିସ । କିନ୍ତୁ କୋର୍ଟ ଦୁଇ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories