www.samajalive.in
Sunday, December 7, 2025
16.1 C
Bhubaneswar

ରକ୍ତ ପିପାସୁ ଏବେ ରକ୍ତ ଭଣ୍ଡାର ରକ୍ଷକ

ମାଲକାନଗିରି: ଏକଦା କାନ୍ଧରେ ବନ୍ଧୁକ ଝୁଲାଇ ଆତଙ୍କ ସୃଷ୍ଟି କରୁଥିଲେ। ଲୋକଙ୍କ ରକ୍ତର ହୋଲି ଖେଳୁଥିଲେ। ଡାକ୍ତରୀ ତାଲିମ ନେଇଥିବାରୁ ଦରକାର ପଡ଼ିଲେ ଆହତ ଓ ଅସୁସ୍ଥ ମାଓବାଦୀଙ୍କ ଚିକିତ୍ସା ମଧ୍ୟ କରୁଥିଲେ। ତେବେ କିଛିବର୍ଷ ପୂର୍ବେ ହିଂସାର ପଥ ଛାଡ଼ି ଆତ୍ମସମର୍ପଣ ପରେ ଏବେ ରକ୍ତଭଣ୍ଡାରର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି ଧନଞ୍ଜୟ ଗୋପ୍ ଓରଫ ସୁଧୀର। ଆତ୍ମସମର୍ପଣ ପରେ ତାଙ୍କୁ ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ଜିଲା ରକ୍ତ ଭଣ୍ଡାରରେ ନିରାପତ୍ତା ରକ୍ଷୀ ଭାବେ ନିଯୁକ୍ତି ଦିଆଯାଇଛି। କିଛିଦିନ ପୂର୍ବେ ଛତିଶଗଡ଼ର ବସ୍ତର ଗସ୍ତରେ ଆସିଥିବା ଦେଶର ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ବସ୍ତରରେ ମାଓ ସଂଗଠନର କାର୍ଯ୍ୟକଳାପ ନେଇ ସୁଧୀରଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ ଗୃହମନ୍ତ୍ରୀ। ସୁଧୀର ମଧ୍ୟ କିପରି ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ, ଜଙ୍ଗଲ ମଧ୍ୟରେ କ’ଣ ଥିଲା ତାଙ୍କର ନିୟମିତ କାମ ଓ ସେ ସଂଗଠନ କାହିଁକି ଛାଡ଼ିଲେ ସେ ସମ୍ପର୍କରେ ନିଜର ମତ ରଖିଥିଲେ। ବର୍ତ୍ତମାନ ହିଂସାର ପଥ ଛାଡ଼ିବା ପରେ ସେ ବେଶ ଖୁସିରେ ପରିବାର ଲୋକଙ୍କ ସହ ରହୁଥିବା ପ୍ରକାଶ କରିଥିଲେ। ଆଗାମୀ ଦିନରେ ସଂଗଠନ ନିଜର ନୀତି ଓ ଆଦର୍ଶ ହରାଉଥିବାରୁ ଆହୁରି ଅନେକ ମାଓବାଦୀ ସଂଗଠନ ଛାଡ଼ିବାର ସମ୍ଭାବନା ରହିଥିବା ସେ ପ୍ରକାଶ କରିଥିଲେ। ଏହାସହ ବସ୍ତରଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସୁଧୀରଙ୍କ ସାଥୀ ରାମା ପଡ଼ିଆମି ଓରଫ ଦୀନେଶ ମଧ୍ୟ ନିଜ ଅନୁଭୂତି ଜଣାଇଥିଲେ।

ସୂଚନା ଥାଉକି, ମାଲକାନଗିରି ଜିଲାର କାଲିମେଳା, ଏମ୍‌ପିଭି-୩୧ ଗାଁର ବାସିନ୍ଦା ଧନଞ୍ଜୟ ଗୋପ ଓରଫ ସୁଧୀର ଓଡ଼ିଶାର ଏକମାତ୍ର ବଙ୍ଗୀୟ କ୍ୟାଡର ମାଓବାଦୀ ଭାବେ କାମ କରୁଥିଲେ। ୨୦୦୫ରୁ ୨୦୧୯ ଯାଏଁ ୧୪ ବର୍ଷ ଧରି ମାଓ ସଂଗଠନରେ କାମ କରିବା ପରେ ଆତ୍ମସମର୍ପଣ କରିଥିଲେ। ୨୦୦୫ ମସିହାରେ କାଲିମେଳା ଦଳମରେ ସଦସ୍ୟ ଭାବେ ଯୋଗ ଦେଇଥିଲେ। ୨୦୦୬ ମସିହାରେ ଦଳରେ ଡାକ୍ତରୀ ତାଲିମ ନେଇଥିଲେ। କାଲିମେଳା, ମୋଟୁ ସମେତ ବାହାର ରାଜ୍ୟର ଡାକ୍ତର ଆସି ସପ୍ତାହବ୍ୟାପୀ ତାଲିମ ଦେଇଥିଲେ। ପରେ ସେ ମୋଟୁ ଦଳମରେ ଏବଂ ଏହା ପରେ ପପଲୁର ଏରିଆ କମିଟି କମାଣ୍ଡର ଭାବେ କାମ କରୁଥିଲେ। ବହୁବର୍ଷ ଧରି ସ୍ବାଭିମାନ ଅଞ୍ଚଳରେ ସକ୍ରିୟ ଥିଲେ। ସ୍ବାଭିମାନ ଅଞ୍ଚଳରେ ଜିଲା କମିଟି ସଦସ୍ୟ ଭାବେ ପଦୋନ୍ନତି ପାଇଥିଲେ ଓ ସେଠାରେ ରୋଗୀ ସେବା କରୁଥିଲେ। ଘଞ୍ଚ ଜଙ୍ଗଲକୁ ମାସକୁ ୨ରୁ ୩ଲକ୍ଷ ଟଙ୍କାର ଔଷଧ ଆସୁଥିଲା। ପ୍ରାୟ ୨ ବର୍ଷ ଧରି ବସ୍ତର ଅଞ୍ଚଳର କାଙ୍ଗେର ଘାଟି ଓ ଦରଭା ଡିଭିଜନରେ କାମ କରିଥିଲେ ସୁଧୀର। ୨୦୦୮ ତେଲେରାଇ ଆଣ୍ଟି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଧନଞ୍ଜୟଙ୍କ ସମ୍ପୃକ୍ତି ଥିଲା। ଫେବୃଆରୀ ୨୦୧୯ରେ ତତ୍କାଳୀନ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories