ଫୁଲବାଣୀ,୩୧/୧୦:ଆଇନଜୀବି ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ଦାଶଙ୍କୁ ଆଜି ଫୁଲବାଣୀ ସର୍କଲ ଜେଲ ସ୍ଥାନାନ୍ତର କରାଯାଇଛି। କଡା ସୁରକ୍ଷା ଭିତରେ ତାଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଅଣାଯାଇଛି। ଦିନ ପ୍ରାୟ ୧୧.୩୦ ମି ସମୟରେ ସେ ଫୁଲବାଣୀରେ ପହଞ୍ଚି ଥିଲେ। ଫୁଲବାଣୀ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ପିଣ୍ଟୁଙ୍କ ଜୀବନ ପ୍ରତି ବ୍ରହ୍ମପୁର ଜେଲରେ ବିପଦ ଥିବା ଆଶଙ୍କା ଥିବାରୁ ତାଙ୍କୁ ଫୁଲବାଣୀ ମଣ୍ଡଳ କାରାଗାରକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।
Popular Categories



