www.samajalive.in
Sunday, December 7, 2025
13.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ବାତିଲ

କାନ୍‌ବେରା: ବର୍ଷା ​‌େ​ଯାଗୁଁ ଏଠାରେ ବୁଧବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାତିଲ ହୋଇଯାଇଛି। ତେବେ ଯେତିକି ସମୟ ଖେଳ ହୋଇଥିଲା; ଏଥିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କର ପୁରୁଣା ବ୍ୟାଟିଂ ଫର୍ମ ଦେଖାଇଥିଲେ। ଶୁଭମନ ଗିଲ୍‌ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ୯.୪ ଓଭରରେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହେବା ବେଳକୁ ଭାରତ ୧ ୱିକେଟ୍‌ ହରାଇ ୯୭ ରନ୍‌ କରିଥିଲା। ଶୁକ୍ରବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ମେଲ୍‌ବୋର୍ଣ୍ଣରେ ଖେଳାଯିବ। ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଦୁଇ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ ୪ର୍ଥ ଓଭରରେ ସ୍କୋର୍‌କୁ ୩୫ ରନ୍‌ରେ ପହଞ୍ଚାଇଥିଲେ।

ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ ଅଭିଷେକ ଶର୍ମା ୧୪ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍‌କରି ଆଉଟ୍‌ ହୋଇଥିଲେ। ୫ ଓଭରରେ ଭାରତ ୧/୪୩ ରନ୍‌ କରିଥିବା ବେଳେ ବର୍ଷା ଯୋଗୁଁ କିଛି ସମୟ ପାଇଁ ମ୍ୟାଚ୍‌ ବନ୍ଦ ରହିଥିଲେ। ପରେ ମ୍ୟାଚ୍‌କୁ ୧୮ ଓଭରକୁ କମାଇ ଦିଆ ଯାଇଥିଲା। ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ୍‌ ଚମତ୍କାର ବ୍ୟାଟିଂକରି ପରବର୍ତ୍ତୀ ୩୫ ବଲ୍‌ରୁ ୬୨ ରନ୍‌ ଯୋଡ଼ିଥିଲେ। ଗତ ୧୪ଟି ଟ୍ବେଣ୍ଟି୨୦ରୁ ଅର୍ଦ୍ଧଶତକ ହାସଲ କରି ନଥିବା ସୂର୍ଯ୍ୟକୁମାର ଫର୍ମକୁ ଫେରିବା ପରି ଲାଗିଥିଲା। ହେଲେ ବର୍ଷା ଯୋଗୁଁ ଆଗକୁ ଖେଳ ସମ୍ଭବ ହୋଇଥିଲା। ଗିଲ୍‌ ୨୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ଏବଂ ସୂର୍ଯ୍ୟକୁମାର ୨୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୯ ରନ୍‌କରି ଅପରାଜିତ ଥିଲେ। ନାଥାନ୍ ଏଲିସ୍ ଏକମାତ୍ର ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ତିନି ପ୍ରମୁଖ ଖେଳାଳି ଆଡାମ୍ ଜାମ୍ପା, କାମେରନ୍ ଗ୍ରୀନ୍ ଓ ଗ୍ଲେନ୍‌ ମ୍ୟାକ୍ସୱେଲ ଖେଳିନଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories