ମାଲକାନଗିରି: ବାତ୍ୟା ମନ୍ଥା ପାଇଁ ମାଲକାନଗିରି ଜିଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ୨୮ ଓ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ସୋମେଶ ଉପାଧ୍ୟକ୍ଷ । ଆଜି ଜିଲାରେ ବାତ୍ୟା ସ୍ଥିତି ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି । ଏହାସହିତ ଆଗକୁ ସ୍ଥିତି ଦେଖି ଅନୁଧ୍ୟାନ କରି ବିଚାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ମାଲକାନଗିରି ଜିଲାରେ ୧୧ଟି ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଥିବା ବେଳେ ବାହାର ଜିଲାରୁ ୩ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି ।
ଜିଲ୍ଲାପାଳ କହିଛନ୍ତି ପବନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସମ୍ଭାବନା ରହିଥିବାରୁ ବାହାର ଜିଲାର ବିଦ୍ୟୁତ କର୍ମଚାରୀ ମାନଙ୍କୁ ଡକାଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଉପରେ ନଜର ରଖିବା ଲାଗି ପଞ୍ଚାୟତ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।



