www.samajalive.in
Sunday, December 7, 2025
16.1 C
Bhubaneswar

ନଭେମ୍ବର ୧୫ରୁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍: ମଜା ନେବେ ପର୍ଯ୍ୟଟକ

ଫୁଲବାଣୀ: ଆସିଲା ପର୍ଯ୍ୟଟନ ଋତୁ । ସଜେଇ ହେଉଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ପର୍ଯ୍ୟଟକଙ୍କୁ ପଞ୍ଚ ତାରକା ହୋଟେଲର ମଜା ଦେବା ପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ ପ୍ରକଳ୍ପ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ହିଲ୍‌ଭିୟୁ ଛକ ନିକଟରେ ଇକୋ ରିଟ୍ରିଟ୍‌ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବିଭିନ୍ନ ଫୁଲ କୁଣ୍ଡ ସଜା ସହ ତମ୍ଭୁ ଭିଡ଼ା ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ୧୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ଏହି ଇକୋ ରିଟ୍ରିଟ୍‌ ସେବା । ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦାରିଙ୍ଗବାଡ଼ିରେ ରହିଥିବା ପର୍ଯ୍ୟଟନସ୍ଥଳୀ ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ।

୪ ବର୍ଷ ହେଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପ ହୋଇ ଆସୁଥିବାବେଳେ ପର୍ଯ୍ୟଟକ ଏହାର ସୁବିଧା ନେଉଛନ୍ତି । ଚଳିତ ବର୍ଷ ୨୫ଟି ବିଶାଳପୂର୍ଣ୍ଣ ତମ୍ବୁ ହୋଇଥିବାବେଳେ ପ୍ରତି ତମ୍ବୁର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଛି । ଏହାର ଅନ୍‌ଲାଇନ ବୁକିଂ ଆରମ୍ଭ ହୋଇଯାଇଛି । ଫୁଲବାଣୀ ଆଇଟିଡ଼ିଏ କନ୍‌ଫରେନ୍‌ସ ହଲ୍‌ରେ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ କାର୍ଯ୍ୟକୁ ନେଇ ଜିଲ୍ଲାପାଳ ବେଦ ଭୂଷଣ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଦାରିଙ୍ଗବାଡ଼ି ବିଡିଓ ପ୍ରୀତି ରଞ୍ଜନ ରଥ, ଜିଲ୍ଲା ପର୍ଯ୍ୟଟକ ଅଧିକାରୀ କୁମୁଦିନୀ ମଲିକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

- Advertisement -

ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କିଭଳି ସଫଳତାର ସହ ସମ୍ପୂର୍ଣ୍ଣ ହେବ ସେନେଇ ଆଲୋଚନ ହୋଇଥିଲା । ସେହିଭଳି ପର‌୍ୟ୍ୟଟନ ଋତୁକୁ ନେଇ ଜିଲାର ଅନ୍ୟ କେତେକ ପର‌୍ୟ୍ୟଟନ ସ୍ଥଳକୁ ମଧ୍ୟ ସାଜସଜା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories